ବାର୍ ଗାର୍ଲଙ୍କ ହାଇଡ୍ରାମା: ଆଣିଲେ ଦେହ ବ୍ୟବସାୟ ଅଭିଯୋଗ – Kalinga News

[ad_1]
ନାକେଦମ କମିସନରେଟ୍ ପୁଲିସ
ଭୁବନେଶ୍ବର: ଆଜି ଜଣେ ଅଣଓଡ଼ିଆ ବାର୍ଗାର୍ଲଙ୍କ ହାଇଡ୍ରାମାକୁ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ବେଶ୍ କିଛି ଘଣ୍ଟା ନାକେଦମ ହୋଇଥିଲା। ମୁମ୍ବାଇରୁ ଆସିଥିବା ଏହି ବାର୍ ଗାର୍ଲ ଏକ ବାର୍ରେ ତାଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ଆଣି ଥାନା ଦୁଆରେ ହଙ୍ଗାମା କରିଥିଲେ। ପୁଲିସ ପ୍ରଥମେ ତାଙ୍କ ଅଭିଯୋଗକୁ ଅଣଦେଖା କରିବାରୁ ସେ ସିଧାସଳଖ ମଝି ରାସ୍ତାରେ ଧାରଣାରେ ବସିଯାଇଥିଲେ। ପ୍ରଚଣ୍ଡ ଖରାରେ ରାସ୍ତାରେ ବସି ସେ ବଡ଼ପାଟିରେ ପୁଲିସ ବିରୋଧରେ ଚିତ୍କାର କରିଥିଲେ। ଏହାକୁ ନେଇ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲା ପୁଲିସ। ଅବଶ୍ୟ ପରେ ତାଙ୍କୁ ବୁଝାସୁଝା କରି ପୁଲିସ ମୁମ୍ବାଇ ଫେରାଇ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ଯୁବତୀଜଣକ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିଥିଲେ। ଜଣେ ବାର୍ ମାଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା ଏବଂ ସେ ମନା କରିବାରୁ ତାଙ୍କୁ ତାଙ୍କ ପାଉଣା ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କର ଅଭିଯୋଗକୁ ଉପରଠାଉରିଆ ଭାବେ ନେଇ ପରେ ବୁଝାଯିବ ବୋଲି କହିଥିଲା। ଏଥିରେ ସେ ଉତ୍କ୍ଷିପ୍ତ ହୋଇଯାଇଥିଲେ। ପାଟିତୁଣ୍ଡ କରି ଥାନା ସମ୍ମୁଖ ରାସ୍ତାକୁ ଚାଲିଯାଇଥିଲେ। ରାସ୍ତା ମଝିରେ ବସି ଚିତ୍କାର କରିଥିଲେ। ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଯାଇଥିଲେ। ସେମାନଙ୍କୁ ଦେଖିବା ପରେ ଯୁବତୀଙ୍କ ନାଟକବାଜି ବଢ଼ିଯାଇଥିଲା। କୌଣସି ମାଲିକଙ୍କ ନାଁ ନ ନେଇ ସେ ଗର୍ଜି ଚାଲିଥିଲେ। ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ଏଭଳି ସ୍ଥିତି ଦେଖି ଥାନାର କିଛି ଅଧିକାରୀ ତାଙ୍କୁ ଥାନାକୁ ଡାକି ନେଇ ବୁଝାସୁଝା କରିଥିଲା। କିଛି ସମୟ ପରେ ଯୁବତୀ ଥାନାରୁ ଚାଲିଯାଇଥିଲେ। ଥାନାରୁ ଯିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖା ଦେଇନଥିଲେ। ମିଳିଥିବା ସୂଚନାନୁସାରେ ମୁମ୍ବାଇର ଏହି ଯୁବତୀଙ୍କୁ ଆଣିଥିବା ଦଲାଲ ତାଙ୍କୁ ଧାର୍ଯ୍ୟ ପାଉଣା ଦେଇନଥିଲା। ପାଉଣା ପାଇବା ପରେ ସେ ମାମଲା ନ କରି ମୁମ୍ବାଇ ଚାଲିଯାଇଛନ୍ତି।
[ad_2]



