ଅପରାଧ
ପୁରୀ ଜେଲରେ କଏଦୀଙ୍କ ମୃତ୍ୟୁ

ପୁରୀ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବକ ପିପିଲି ହାଟ ଛକର ସେକ ଅବଦୁଲ ଅମିର। ଗତ ଶୁକ୍ରବାର ତାଙ୍କୁ ପୁରୀ ପୋଲିସ ପିପିଲି ପୋଲିସ ସହାୟତାରେ ବ୍ରାଉନ ସୁଗାର ବେପାର ଅଭିଯୋଗରେ ଗିରଫ କରିଥିଲା। ଗିରଫ ସମୟରେ ସେକ ଅବଦୁଲ ଅମିର ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ପୋଲିସ ତାଙ୍କୁ ବଳପୂର୍ବକ ଗିରଫ କରିବା ସହ ଘରୁ ସମସ୍ତ ଟଙ୍କା ନେଇଯାଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲ। ସେ ପୁରୀ – କୋଣାର୍କ ରୋଡ ସ୍ଥିତ ବାଙ୍ଗର ଜେଲରେ ଥିଲା। ତେବେ ହଠାତ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଖବର ପାଇ ପୁରୀ ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କ ହାତରେ ଦାଗ ଓ ପାଟିରୁ ରକ୍ତ ବାହାରୁଥିବାରୁ ତାଙ୍କୁ ପିଟି ପିଟି ମାରିଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।