ଅପରାଧ

ବିରୋଧୀ କିନ୍ତୁ ଶତ୍ରୁ ତ ନୁହଁ: ବିଜେପି-ଟିଏମସିର ପୋଷ୍ଟର ୱାର ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ – Kalinga News

[ad_1]

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଜାରି ରହିଥିବା ପୋଷ୍ଟର ୱାର ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ ବିଜେପିର ଆବେଦନକୁ ଖାରଜ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ବାସ୍ତବରେ କୋଲକାତା ହାଇକୋର୍ଟ ଟିଏମସି ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବାକୁ ବିଜେପିକୁ ଅଟକାଇଥିଲେ। ଏହି ସମ୍ପର୍କରେ ବିଜେପି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। କିନ୍ତୁ କୋର୍ଟ ବିଜେପିର ଆବେଦନକୁ ଖାରଜ କରି ଦେଇଥି‌ଲେ। ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହିଁକି ଏଥିରେ ହସ୍ତକ୍ଷେପ କରିବୁ? ଆମେ ବିଜ୍ଞାପନ ଦେଖିଛୁ ଏବଂ ଏହା ପ୍ରକୃତରେ ଆପତ୍ତିଜନକ।

ହାଇକୋର୍ଟଙ୍କ ରାୟ ଉପରେ ଜଷ୍ଟିସ ଜେ.କେ ମହେଶ୍ୱରୀ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି ଆପଣ ନିଜକୁ ସର୍ବଦା ଶ୍ରେଷ୍ଠ ବୋଲି କହିପାରିବେ କିନ୍ତୁ ଆପଣ ଅନ୍ୟ କାହାକୁ ଅପମାନିତ କରିପାରିବେ ନାହିଁ। କୋର୍ଟଙ୍କ କହିବାନୁସାରେ, ଟିଏମସି ବିରୋଧରେ ବିଜେପି ଅପମାନଜନକ ଅଭିଯାନ କରିପାରିବ ନାହିଁ । ବିଶେଷକରି ଯେତେବେଳେ ଦେଶରେ ସାଧାରଣ ନିର୍ବାଚନ ଚାଲିଛି ଏବଂ ଆଚରଣ ବିଧି ବଳବତ୍ତର ରହିଛି ଏହା କରାଯାଇ ପାରିବ ନାହିଁ। ବିଜେପି ଏବଂ ଟିଏମସି ପରସ୍ପରା ବିରୋଧୀ କିନ୍ତୁ ଶତ୍ରୁ ତ ନୁହନ୍ତି ବୋଲି ଶୀର୍ଷକୋର୍ଟ କହିଛନ୍ତି।

ଗତ ସପ୍ତାହରେ କୋଲକାତା ହାଇକୋର୍ଟ ଏହି ରାୟ ଦେଇଥିଲେ। ଟିଏମସି ବିରୋଧରେ ପୋଷ୍ଟର ଲଗାଇବା ସମ୍ପର୍କରେ କୋର୍ଟ କହିଛନ୍ତି ଟିଏମସି ବିରୋଧରେ ଆସିଥିବା ଅଭିଯୋଗ ବଦନାମ କରିବା ଉଦ୍ଦେଶ୍ୟରେ କରାଯାଇଛି। ଆପଣ ଏପରି ବ୍ୟକ୍ତିଗତ ଆକ୍ରମଣ କରିପାରିବେ ନାହିଁ। ଟିଏମସି ହେଉଛି ତୁମର ପ୍ରତିଦ୍ୱନ୍ଦ୍ୱୀ ଦଳ, ତୁମର ଶତ୍ରୁ ନୁହେଁ।

ବିଜେପିକୁ ତାଗିଦ କରିବାବେଳେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ପ୍ରଶ୍ନ ପଚାରିଛନ୍ତି। ଅଦାଲତ କହିଛନ୍ତି ଟିଏମସିର ଅଭିଯୋଗକୁ ନିର୍ବାଚନ ଆୟୋଗ ଠିକ୍ ସମୟରେ ଗ୍ରହଣ କରିନାହାନ୍ତି। ନିର୍ବାଚନ ସମ୍ବନ୍ଧୀୟ ମାମଲା କୋର୍ଟକୁ କାହିଁକି ଆସୁଛି ଆମେ ଆଶ୍ଚର୍ଯ୍ୟ ହୋଇଯାଉଛୁ? ନିର୍ବାଚନ ଆୟୋଗ ଏହି ସମସ୍ୟାର ସମାଧାନ କରିବାରେ ଅସମର୍ଥ କି?

ସୂଚନାଯୋଗ୍ୟ, ଟିଏମସି ପୂର୍ବରୁ ମଧ୍ୟ ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରିଥିଲେ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମିଶନ ବିଜେପିକୁ ନୋଟିସ ପଠାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button