ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ଘଟଣା: କ୍ୟାପିଟାଲ ଥାନା ପୁଲିସର ତଦନ୍ତ – Kalinga News

[ad_1]
ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ବର: ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ନେଇ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପକ୍ଷରୁ ଅଭିଯୋଗ ପରେ ଘଟଣାସ୍ଥଳ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରିଛି। ପ୍ରାୟ ୧୫ରୁ ୨୦ ମିନିଟ ସ୍ପଟ ଭିଜିଟ ପରେ ତଦନ୍ତ ସାରି ସରକାରୀ ବାସଭବନରୁ ବାହାରିଛନ୍ତି ତଦନ୍ତକାରୀ ଅଧିକାରୀ। ସିସିଟିଭି ଫୁଟେଜ ରଘୁନନ୍ଦନ ଦାସଙ୍କୁ ମାଗିଛି ପୁଲିସ । ରଘୁନନ୍ଦନ ଦାସ, ସୁରକ୍ଷାକର୍ମୀ ଓ କିଛି ଲୋକଙ୍କର ବୟାନ ରେକର୍ଡ କରାଯାଇଥିବାର ମଧ୍ୟ ସୂଚନା ଦେଇଛି କ୍ୟାପିଟାଲ ଥାନା ପୁଲିସ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମହିଳା ସାମ୍ବାଦିକା ତାଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଦୁଇ କୁକୁର ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଥିଲେ ରଘୁନନ୍ଦନ। ଦୁଇ କୁକୁର ଦୌଡ଼ି ଆସିଥିଲେ ଚିନ୍ନୟୀଙ୍କ ଆଡ଼କୁ ବୋଲି କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ରଘୁନନ୍ଦନ ଦାସଙ୍କ ନାଆଁରେ ମାମଲା ରୁଜୁ କରାଯାଇଛି। ଏଣେ ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି।
[ad_2]