ଅପରାଧ

୪ ବିଜେପି କର୍ମୀଙ୍କୁ ଆକ୍ରମଣ, ପ୍ରତିବାଦରେ ରାସ୍ତାରୋକ – Kalinga News

[ad_1]

ମତଦାନ ପୂର୍ବ ସନ୍ଧ୍ୟାରେ ବେତାରଗାଁରେ ନିର୍ବାଚନୀ ହିଂସା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିହପଢ଼ାଳ ପଞ୍ଚାୟତ ଅଧୀନ ବେତାରଗାଁରେ ମତଦାନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ହିଂସା ଦେଖାଦେଇଛି। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ସଂଘର୍ଷ ଓ ମାର୍‌ପିଟ ହୋଇଛି। ବିଜେଡି କର୍ମୀଙ୍କ ଠେଙ୍ଗାବାଡ଼ି ଆକ୍ରମଣରେ ବିଜେପି କର୍ମୀ ତଥା ଢିହପଢ଼ାଳ ସରପଞ୍ଚଙ୍କ ସ୍ବାମୀ ସୁବାସ ଚନ୍ଦ୍ର ବରାଡ଼ଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିବା ବେଳେ ବିଜେପି କର୍ମୀମାନେ ବେତାର ଛକରେ ଭଞ୍ଜନଗର-ଦଶପଲ୍ଲା ରାସ୍ତାକୁ ଅବରୋଧ କରିଥିଲେ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ କୌଣସି କାରଣକୁ ନେଇ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ହଠାତ୍ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଉଗ୍ର ରୂପ ଧାରଣ କରିଥିଲା। ଗାଁ ଛକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିପକ୍ଷ ଗୋଷ୍ଠୀର ଯୁବକମାନେ ହଠାତ୍ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ଭଞ୍ଜନଗର ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଗଜପତି ଏସ୍‌ପି ଶ୍ବେତା ଏସ୍‌. କୁମାର ଓ ପୁଲିସ ଫୋର୍ସ ପହଞ୍ଚି ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୁଇଘଣ୍ଟା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଖବର ମିଳିବା ସୁଦ୍ଧା ଗାଁରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button