ଅପରାଧ

ଡେଲିଭରି ଆପ୍‌ ହେଲା ହ୍ୟାକ୍‌; ମହିଳାଙ୍କ ଆକାଉଣ୍ଟ୍‌ରୁ କଟିଗଲା ୯୭ ହଜାର ଟଙ୍କା – Kalinga News

[ad_1]

ନୂଆଦିଲ୍ଳୀ: ସାଇବର୍‌ ଠକେଇର ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଥର ଦିଲ୍ଲୀର ଜଣେ ମହିଳା ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଠକ ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଖୁବ୍ ସହଜରେ ୧ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ରହିଛି।

ଦିଲ୍ଲୀ ପୁଲିସ୍‌ ଏହି ମାମଲାର ପ୍ରାଥମିକ ତଦନ୍ତ କରି ଏବେ ସୁଦ୍ଧା ୨ ଜଣଙ୍କୁ ଗିରଫ କରିଛି। ଏହି ସୂଚନା ନ୍ୟୁଜ୍‌ ଏଜେନ୍ସି ପିଟିଆରୁ ଜଣାପଡ଼ିଛି। ଏହି ସାଇବର୍‌ ଠକାମୀରେ ମହିଳାଙ୍କୁ ଠକ ଜଣକ ବଡ଼ ଚାଲିଖିର ସହ ଠକି ଥିବା ଜଣାପଡ଼ିଛି। ଏହି ଠକାମୀ ପାଇଁ ଠକ ଜଣକ କେବଳ ଏକ ଆଇଭିଆର୍‌ କଲ୍‌ର ବ୍ୟବହାର କରିଥିବା ଜଣାପଡ଼ିଛି।

ପୁଲିସ୍‌ ସୋମବାର ଏ ସଂପର୍କ‌ରେ ସୂଚନା ଦେଇ କହିଛି ଯେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଫେବ୍ରୁଆରି ୧୪ ତାରିଖ ବିଳମ୍ବିତ ରାତି‌ରେ କଲ୍‌ କରିଥଲା। ଆଇଭିଆର୍‌ କଲ୍‌ କରି ମହିଳାଙ୍କୁ ଅଟୋମେଟେଡ୍‌ ଭଏସ୍‌ ରେକର୍ଡିଂ ଜରିଆରେ ଚେତାବନୀ ଦେଇଥଲା। ଏହାପରେ ସୁରକ୍ଷା ପାଇଁ ପୀଡ଼ିତଙ୍କୁ ଅଭିଯୁକ୍ତ ତାଙ୍କ ଫୋନ୍‌ରେ କିଛି ନମ୍ବର କ୍ଲିକ୍‌ କରିବାକୁ କହିଥିଲା।

ପୀଡ଼ିତ ନମ୍ବରଗୁଡ଼ିକୁ ମାରୁ ମାରୁ ତାଙ୍କ ନିକଟକୁ ଏକ ମେସେଜ୍‌ ଆସିଲା। ମେସେଜ୍‌ରେ ଲେଖାଥିଲା କି ସେ ୯୭ ହଜାର ଟଙ୍କାର ବରାଦ ଦେଇଛନ୍ତି ବୋଲି। ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏକ ଡେଲିଭରି ଆପ୍‌ରେ ସଂଯୋଗ ଥିଲା। ପୁଲିସ୍‌ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button