ଅପରାଧ

ଏକ୍ସପ୍ରେସ ଟ୍ରେନରେ ପୋକଯୁକ୍ତ ଖାଦ୍ୟ ପରଷା ଯିବା ପରେ ରେଳବାଇର ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: କିଛିଦିନ ହେବ ଚକୋଲେଟରେ, ଅନଲାଇନ ମଗାଯାଇଥିବା ଖାଦ୍ୟରେ, ବିମାନ ଓ ରେଳରେ ଯାତ୍ରୀଙ୍କୁ ପରଷା ଯାଇଥିବା ଖାଦ୍ୟରେ ପୋକା ବାହାରୁଥିବାର ଘଟଣା କ୍ରମାଗତ ଭାବେ ସ‌ାମ୍ନ‌ାକୁ ଆସୁଛି।

ନିକଟରେ ଗୋରଖପୁରରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ପରବେଜ ହାସମି ନାମକ ଯାତ୍ରୀଙ୍କ ଖାଦ୍ୟରେ ପୋକ ବାହାରିଥିଲା। ଏହି ଘୃଣ୍ୟ ଘଟଣାର ସାମ୍ନା କରିବା ପରେ ଉକ୍ତ ଯାତ୍ରୀ ରେଳମନ୍ତ୍ରୀଙ୍କୁ ଟୁଇଟ ପୋକଯୁକ୍ତ ଖାଦ୍ୟର ଫଟୋ ପୋଷ୍ଟ କରି ଅଭିଯୋଗ କରିଥିଲେ।

ପରବେଜ ହାସମି ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଅଶ୍ବିନୀ ବୈଷ୍ଣବ, ଟ୍ରେନ ନମ୍ବର ୧୫୦୧୮ କାଶୀ ଏକ୍ସପ୍ରେସ ଖାଦ୍ୟରେ ପୋକ ବାହାରିଛି। ଯାହାର ଫଟୋ ମୁଁ ପୋଷ୍ଟ କରିଛି। ଯାତ୍ରା କରିବା ସମୟରେ ମୁଁ ମଗାଇଥିବା ଖାଦ୍ୟ ଖାଇବାକୁ ବାହାରିବା ସମୟରେ ସେଥିରେ ପୋକ ଥିବା ଦେଖିବାକୁ ପାଇଥିଲି। ଏହା ମୋତେ ବହୁତ ଆଘାତ ଦେଇଛି। ଯେଉଁମାନେ ବି ଯାତ୍ରୀମାନଙ୍କ ଖାଦ୍ୟ ପ୍ରସ୍ତୁତ କରିବା ଦାୟିତ୍ବରେ ଅଛନ୍ତି ସେମାନଙ୍କୁ ମୋର ଅନୁରୋଧ ଦୟାକରି ଯାତ୍ରୀଙ୍କ  ସ୍ବାସ୍ଥ୍ୟ ସହିତ ଏପରି ଖେଳ ଖେଳନ୍ତୁ ନାହିଁ।’

ଏହି ପୋଷ୍ଟ ପରେ ରେଳ ସେବାର ଅଧିକାରିକ ହ୍ୟାଣ୍ଡେଲ ପ୍ରତିକ୍ରିୟା ଦେଇ ଲେଖିଛି, ‘ସାର ଦୟାକରି ସିଧାସଳଖ  ପିଏନଆର ଓ ମୋବାଇଲ ନମ୍ବର ସେୟାର କରନ୍ତୁ।’

ପରବେଜ ହାସମିଙ୍କ ପୋକଯୁକ୍ତ ପୋଷ୍ଟ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ  ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏଭଳି ଖାଦ୍ୟ ପରଷା ଯାଇ ଯାତ୍ରୀଙ୍କ ଜୀବନ ସହିତ ଖେଳ ଖେଳା ଯାଉଛି। ଏଥିପାଇଁ କିଏ ଦାୟୀ ହେବ।’

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button