ଅପରାଧ

ଖାଲି କରାଯାଉଛି ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍ – Kalinga News

[ad_1]

ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି

ଧର୍ମଶାଳା: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି। ବିଜେଡି ବଡ଼ ପଣ୍ଡାଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଖାଲି କରାଯାଉଛି। ବିଧାୟକ ହିମାଂଶୁଶେଖର ସାହୁଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଗତକାଲି ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ। ଏହାପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି।

ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା। ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା। ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍। ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଲଜକୁ ଅନେକ ଆଗ ଧାଡ଼ିର ହିରୋଇନ୍ ଆସୁଥିଲେ। ଅନ୍ୟ କିଛି ସେଲିବ୍ରିଟି ମଧ୍ୟ ଏଠାରେ ଆସି ରହୁଥିଲେ। ଲଜରେ ଚାଲିଥିଲା କଣ ଏହାକୁ ନେଇ ଉଠିଛି ପ୍ରଶ୍ନ । ସାଧାରଣରେ ଅଭିଯୋଗ ପରେ ଲଜକୁ ସିଲ୍ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button