ଅପରାଧ

ମାଆ, ପତ୍ନୀ ଓ ୩ ପିଲାଙ୍କ ହତ୍ୟା ପରେ ନିଜ ଜୀବନ ହାରିଲେ – Kalinga News

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିବା ପ‌ରେ ଜୀବନ ହାରିଛନ୍ତି। ବ୍ୟକ୍ତି ଜଣକ ହେଲେ ଅନୁରାଗ ସିଂହ। ଏହି ଘଟଣା ଘଟାଇବା ପରେ ସଂପୃକ୍ତ ଅଞ୍ଚଳରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯୁବକ ଜଣକ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିବା ପରେ, ମା’କୁ ଗୁଳି ମାରିଦେଲେ, ଏହାପରେ ସ୍ତ୍ରୀକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜକୁ ଗୁଳିମାରି ହତ୍ୟା କରିଛନ୍ତି।

ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଯୁବକ ଜଣ ନିଶାସକ୍ତ ଥିବା ସହ ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୃତକମାନେ ହେଲେ ଅନୁରାମଙ୍କ ମାଆ ସାବିତ୍ରୀ ଦେବୀ (୬୨), ପତ୍ନୀ ପ୍ରିୟଙ୍କା ସିଂହ (୪୦), ଝିଅ ଅସବୀ (୧୨), ଅନ୍ୟ ଏକ ଝିଅ ଆରନା (୦୮) ଓ ପୁଅ ଅନୁରାଗ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button