ବିଜେପିର ମିଛର ସୀମା ରହୁ ନାହିଁ: ପାଣ୍ଡିଆନ – Kalinga News

[ad_1]
ସଇନ୍ତଲା/ ପାଟଣାଗଡ଼/ କଣ୍ଟାବାଞ୍ଜି/ ପୁଇନ୍ତଳା: ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଆଜି ମାରାଥନ ପ୍ରଚାର କରିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ। କଣ୍ଟାବାଞ୍ଜି, ଟିଟିଲାଗଡ଼, ପାଟଣାଗଡ଼ ଓ ଲୋଇସିଂହା ନିର୍ବାଚନମଣ୍ଡଳୀରେ ଆୟୋଜିତ ସଭାକୁ ସେ ସମ୍ବୋଧିତ କରିଥିଲେ। କଣ୍ଟାବାଞ୍ଜିରେ ସେ ଲୋକମାନଙ୍କୁ ପଚାରିଥିଲେ, ମୁଖ୍ୟମନ୍ତ୍ରୀ ଆପଣଙ୍କ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଆପଣମାନେ ଖୁସି ତ? ସମବେତ ଜନତା ‘ହଁ’ ମାରିଥିଲେ। ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ସବୁ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ଚୟନ କଲେ। ମୋର ଆଶା, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ତୁରେଇକେଲାରେ ରେକର୍ଡ ଭାଙ୍ଗି ନୂଆ ଓଡ଼ିଶାର ବିନ୍ଧାଣିଙ୍କୁ ଆଶୀର୍ବାଦ କରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ୧୫ ବର୍ଷରେ ପାଇବାର ଥିଲା, ୧୫ ମାସରେ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବିରୋଧୀ ନେତା ରାଜନୀତିକୁ ଆସିଛନ୍ତି କ୍ଷମତା ପାଇଁ
ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ସେବା ପାଇଁ
ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ନେତା
କର୍ମୀମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି
ସମସ୍ତେ ମିଶି କଣ୍ଟାବାଞ୍ଜିକୁ ୧ ନମ୍ୱର କରିବାକୁ ସେ ଆହ୍ବାନ ଦେଇଥିଲେ। ବିଜେପିକୁ କଠୋର ସମାଲୋଚନା କରି ସେ କହିଥିଲେ, ବିରୋଧୀ କହୁଛନ୍ତି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ। ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି। ଏହା କେବଳ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା କଥା। ଏମାନେ ରାଜନୀତିକୁ ଆସିଛନ୍ତି କ୍ଷମତା ପାଇଁ, ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ସେବା ପାଇଁ। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ଏମାନେ ଜାଣି ନାହାନ୍ତି। ଏମାନେ ମିଛ କଥା କହି ପଳାଇବେ, ଖୋଜିଲେ ମିଳିବେନି। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ଅନ୍ୟମାନେ ଆସି ବଡ଼ ବଡ଼ କଥା କହିବେ କିନ୍ତୁ କାମ କରିବେ ନାହିଁ। ବିଜେପିର ମିଛର ସୀମା ରହୁ ନାହିଁ। କହିଥିଲେ ଦରଦାମ୍ କମାଇବେ। ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବେ। କମିଲା କି? ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବେ କହି ଦିନରେ ଲଣ୍ଠନ ଦେଖାଉଛନ୍ତି। ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କର ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ। ଦ୍ୱିତୀୟ ଦସ୍ତଖତ ସମସ୍ତଙ୍କୁ ବି.ଏସ୍.କେ.ୱାଇ.ରେ ସାମିଲ କରିବ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିସନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ହେବ। ଏହି ତିନିଟି ଦସ୍ତଖତ ଓଡ଼ିଶାକୁ ରୂପାନ୍ତରିତ କରିବ ଓ ସଶକ୍ତ କରିବ, ସମସ୍ତଙ୍କ ମୁହଁରେ ହସ ଫୁଟାଇବ ବୋଲି ପାଣ୍ଡିଆନ କହିଥିଲେ।
କର୍ମୀମାନଙ୍କୁ ସେ କହିଲେ, ଆପଣମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି ଓ ନବୀନ ବାବୁଙ୍କ ସେନା। ବାହାର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି ଏବଂ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି। ଏହାକୁ ଆମେ କେବେ ସହିବା ନାହିଁ, ଉଚିତ ଜବାବ ଦେବା। ପାଣ୍ଡିଆନ୍ ସୂଚନା ଦେଇଥିଲେ, ମୁଖ୍ୟମନ୍ତ୍ରୀ ବାବା ହରିଶଙ୍କର ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା, ପାଟଣାଗଡ଼ ବାଇପାସ୍ ରାସ୍ତା ପାଇଁ ୧୪୦ କୋଟି ଟଙ୍କା ଏବଂ ପାଟଣାଗଡ଼ର ୯ଟି ପଞ୍ଚାୟତକୁ ପିଇବା ପାଣି ପାଇଁ ୧୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଟିଟିଲାଗଡ଼ ପ୍ରାର୍ଥୀ ଟୁକୁନୀ ସାହୁ, ପାଟଣାଗଡ଼ ପ୍ରାର୍ଥୀ ସରୋଜ ମେହେର, ଲୋଇସିଂହା ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଓ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ। ଗସ୍ତ ସମୟରେ ପାଣ୍ଡିଆନ ହରିଶଙ୍କର ମନ୍ଦିରକୁ ଯାଇ ଦର୍ଶନ କରିଥିଲେ।
[ad_2]