ରାଜନୀତି

ସୋର ବିଜେପି: ବିବାଦ ତୁଟିଲା, ଆଶଙ୍କା ଦୂର ହେଲାନି – Kalinga News

[ad_1]

ପ୍ରଚାର ଅନୁକୂଳ କଲେ ପର୍ଶୁରାମ, ସ୍ବାଧୀନ ଲଢ଼ିବେ ନିରାଶ ରାକେଶ

ସୋର: ବାଲେଶ୍ବର ଜିଲ୍ଲା ସୋର ବିଜେପିରେ ବିବାଦ ଲାଗି ରହିଥିଲା। ପ୍ରାର୍ଥୀ ବଦଳାଇବା ପାଇଁ ଜୋର୍‌ଦାର୍‌ ଦାବି ହୋଇଥିଲା। ଫଳରେ ଟିକେଟ୍‌ ପାଇଥିବା ରାଜେନ୍ଦ୍ର ଦାସ କୌଣସି ପ୍ରକାର ପ୍ରଚାର କରିପାରି ନଥିଲେ। ତେବେ ଅନେକ ଛକାପଞ୍ଝା ପରେ ପ୍ରାର୍ଥୀ ବଦଳାଗଲା। ବିଜେଡି ଛାଡ଼ି ଦଳରେ ସଦ୍ୟ ଯୋଗ ଦେଇଥିବା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଟିକେଟ୍‌ ମିଳିଲା। ସେ ଦଳ ପକ୍ଷରୁ ନୂଆ ପ୍ରାର୍ଥୀ ହୋଇଥିବା ବେଳେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ସୋର ଆସନରେ ପୂର୍ବତନ ବିଧାୟକ ପ୍ରାର୍ଥୀ ରାକେଶ ମଳିକ, ବିଜେପି ଅନୁସୂଚିତ ଯୁବମୋର୍ଚ୍ଚା ବାଲେଶ୍ବର ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ଜେନା ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜେନା ବିଜେପି ଟିକେଟ୍‌ ଆଶାୟୀ ଥିଲେ। ହେଲେ ଏପ୍ରିଲ୍‌ ୨ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ କଲା।

ଯାହାକୁ ନେଇ ଆଶାୟୀ ଓ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲା। ପ୍ରାର୍ଥିତ୍ବ ପରିବର୍ତ୍ତନ ନେଇ ସୋର ବିଜେପି ପକ୍ଷରୁ ଦାବି ହେବା ସହ ରାଜେନ୍ଦ୍ରଙ୍କୁ ବିରୋଧ କରାଗଲା। ବାରମ୍ବାର ଉଦ୍ୟମ ପରେ ମଧ୍ୟ ସେ କୌଣସି ପ୍ରକାର ପ୍ରଚାର କରି ପାରି ନଥିଲେ। ଏପରି ସମୟରେ ଟିକେଟ୍‌ ନପାଇ ବିଜେଡି ଛାଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ନିଜର ପୁରୁଣା ଦଳ ବିଜେପିରେ ପୁଣି ଥରେ ଯୋଗ ଦେଇଥିଲେ। ଫଳରେ ଟିକେଟ୍‌ ପରିବର୍ତ୍ତନ ହେଲେ କାହାକୁ ଦଳ ପ୍ରାର୍ଥୀ ଭାବେ ବାଛିବ, ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ତେବେ ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତ ୧୪ ତାରିଖ ଦିନ ବିଧାୟକ ପର୍ଶୁରାମ ଧଡ଼ା ବିଜେପି ଟିକେଟ୍‌ରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଉଲ୍ଲେଖ ଥାଉକି, ନିରାଶ ରାକେଶ ବିଜେପି ନେତୃବୃନ୍ଦଙ୍କ ନିଷ୍ପତ୍ତି ବିରୋଧରେ ଯାଇଛନ୍ତି। ସେ ସୋର ବିଧାନସଭା ଆସନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଫଳରେ ଉଭୟ ଦଳ ଓ ପର୍ଶୁରାମ ଭୋଟ୍‌ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା କରି ଚିନ୍ତାରେ ପଡ଼ିଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button