ଇଭେଣ୍ଟ୍ କମ୍ପାନି ନୁହେଁ, ନେତାଙ୍କୁ ଦେଖି ଭୋଟ୍ ଦିଅନ୍ତୁ : ଓମ୍ ବିର୍ଲା – Kalinga News

[ad_1]
ଝାରସୁଗୁଡ଼ା: ‘‘ଇଭେଣ୍ଟ କଂପାନି କମ୍ବା ଏହା ମାଧ୍ୟମରେ ଆସୁଥିବା ଅଭିନେତା ଅଭିନେତ୍ରୀଙ୍କୁ ଦେଖି ନୁହେଁ, ବରଂ ନେତାଙ୍କୁ ଦେଖି ଭୋଟ୍ ଦିଅନ୍ତୁ। ଏଠାକାର ଗତ ୨୫ ବର୍ଷର ସରକାର କେବଳ ଧନ ଓ ବାହୁବଳରେ ନିର୍ବାଚନ ଲଢ଼ିଛି। ତେଣୁ ଓଡ଼ିଶାରେ ବି ପରିବର୍ତ୍ତନର ଆବଶ୍ୟକତା ରହିଛି। ଆପଣମାନେ ନେତାଙ୍କୁ ଦେଖି ଭୋଟ୍ ଦିଅନ୍ତୁ। ମୋଦିଜୀଙ୍କ ନେତୃତ୍ବରେ ହିଁ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବ।’’ ଆଜି ବେହେରାମାଲର ଏକ ହୋଟେଲରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଭଳି କିଛି ବକ୍ତବ୍ୟ ଦେଇଛନ୍ତି। ଗତ ରାତିରେ ଶ୍ରୀ ବିର୍ଲା ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ। ଆଜି ସକାଳୁ ଝାରସୁଗୁଡ଼ାର ଇଷ୍ଟ ଦେବତା ବାବା ଝାଡ଼େଶ୍ବରଙ୍କ ଦର୍ଶନ କରିବା ପରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଶ୍ବରେ ଭାରତ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ଦଶନ୍ଧି ପୂର୍ବେ କଂଗ୍ରେସ ସରକାର ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ରହିଥିଲା। କିନ୍ତୁ ମୋଦିଜୀଙ୍କ ୧୦ ବର୍ଷର କାର୍ଯ୍ୟକାଳରେ ଦେଶରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଦେଶର ପ୍ରତି ସ୍କୁଲ, କଲେଜରେ ‘ସମ୍ବିଧାନକୁ ଜାଣ’ ଅଭିଯାନ ଆରମ୍ଭ ହୋଇଛି। ଆତଙ୍କବାଦମୁକ୍ତ ଓ ଅର୍ଥନୈତିକ ସ୍ଥିର ରାଷ୍ଟ୍ର ହୋଇପାରିଛି ଭାରତ। ବିରୋଧୀ ଦଳ ପାଖରେ ନୀତିନିୟମ ଓ ନେତୃତ୍ୱର ଅଭାବ ରହିଛି। ଓଡ଼ିଶାରେ ଏଥର ବିଜେପିର ସରକାର ପ୍ରତିଷ୍ଠା ହେବା ସହ ବିଜେପିରୁ ୨୧ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହେବେ। ଝାରସୁଗୁଡ଼ା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ହେବା ସତ୍ତ୍ୱେ ଏଠାରେ ବିକାଶ ନ ହେବା ଆଶ୍ଚର୍ଯ୍ୟଜନକ। ଏଠାରେ କେବଳ ଏକ ପରିବାରର ଶାସନ ଚାଲିଛି। ଯେଉଁମାନଙ୍କର ରାଜନୀତି ପଛରେ କେବଳ ବ୍ୟାବସାୟିକ ସ୍ବାର୍ଥ ସାଧନ ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବିର୍ଲା କହିଥିଲେ।
ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପାଇଁ ତାଙ୍କର ଏଜେଣ୍ଡା ଉପସ୍ଥାପନ କରିଥିଲେ। ସହରର ଅନ୍ୟ ଏକ ହୋଟେଲରେ ଅନୁଷ୍ଠିତ ବ୍ୟବସାୟୀ ସମ୍ମିଳନୀରେ ମଧ୍ୟ ଶ୍ରୀ ବିର୍ଲା ଯୋଗ ଦେଇଥିଲେ। ସମ୍ମିଳନୀରେ ଚାଟାର୍ଡ ଆକଉଣ୍ଟାଣ୍ଟ ସୁରେଶ ବୋନ୍ଦିଆ, ବିଜେପି ନେତା ଛଗନଲାଲ ମୁନ୍ଦଡ଼ା, ଜିଲ୍ଲା ସଭାପତି ସୁନୀଲ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ତ୍ରିପାଠୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ହିମାଂଶୁ ବଡ଼ପଣ୍ଡା, କାଉନସିଲର୍ ତରଙ୍ଗ ଦୁବେ, ବନ୍ଦନା ମୁନ୍ଦଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ। ମନୀଷ ଶାହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
[ad_2]




