ରାଜନୀତି

ତିନି ଚତୁର୍ଥାଂଶ ଆସନରେ ଜିତିବୁ: ପାଣ୍ଡିଆନ – Kalinga News

[ad_1]

ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଦେଖି ଭୋଟ୍‌ ଦିଅ

ଭୁବନେଶ୍ୱର: ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ବ୍ୟବଧାନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି ବିଜେଡି ନେତା ତଥା ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି , ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି। ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ। ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର। ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ। ପ୍ରାର୍ଥୀକୁ ଦେଖିବେ ନାହିଁ। ବରଂ ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ଦେଖିବେ। କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛି। ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀ
ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ
ଶ୍ରମିକଙ୍କ ମଜୁରୀ ୧୧ରୁ ୨୫ଟଙ୍କାକୁ ବୃଦ୍ଧି କରିଥିଲେ ବିଜୁ ବାବୁ

ଶ୍ରୀ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡ଼ିଶା ଗଠନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଶ୍ରମିକଙ୍କର। ସବୁ ବିକାଶ କାମ ପଛରେ ରହିଛି ଶ୍ରମିକଙ୍କ ହାତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ। କାରଣ ୧୦୦ ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ହଜାର କୋଟି ଟଙ୍କାର ଅଧିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତି ଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ଟଙ୍କାରୁ ମଜୁରୀ ୪୫୦ଟଙ୍କାକୁ ବୃଦ୍ଧି କରିଛନ୍ତି। ଆହୁରି ବହୁତ କିଛି କରିବାକୁ ବାକି ଅଛି। ଏଥର ସରକାରକୁ ଆସିଲେ ସେ ସବୁ ପୂରଣ କରାଯିବ।

ଶ୍ରୀ ପାଣ୍ଡିଆନ ଆହୁରି କହିଥିଲେ ଯେ ଗ୍ରାମାଞ୍ଚଳରେ ରହୁଥିବା ୯୦ ପ୍ରତିଶତ ଲୋକ ବିଏସ୍‌କେୱାଇ କାର୍ଡ ପାଇଛନ୍ତି । ଫଳରେ ବସ୍ତିରେ ରହୁଥିବା ଲୋକ ମଧ୍ୟ ବଡ଼ ବଡ଼ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରିବାକୁ ସାହସ କରିପାରୁଛି। ରାଜ୍ୟରେ ଏବେ ୧୦ ହଜାରରୁ ଅଧିକ ମନ୍ଦିରର ରୂପାନ୍ତର କାର୍ଯ୍ୟ ଜାରି ରହିଛି। କଟକର ରୂପରେଖ ବଦଳିଯାଇଛି। ସମଲେଶ୍ବରୀ ମନ୍ଦିରର ରୂପାନ୍ତର ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେମିତି ହୋଇଛି ବୋଲି ପ୍ରଶ୍ନ କରିବା ସହ କେହି କେବେ ଏଭଳି ହୋଇପାରିବ ବୋଲି କିଏ ଭାବିଥିଲା କି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାଣ୍ଡିଆନ। ଏସବୁ ଶ୍ରମିକମାନଙ୍କ ପାଇଁ ସମ୍ଭବ ହୋଇଛି ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ସୁଶାନ୍ତ ରାଉତ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ସୁବାସ ସିଂ, ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଥିେଲ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button