ବିଜେପିରେ ମିଶିପାରନ୍ତି ଆରଏଲଡି ନେତା ଜୟନ୍ତ ଚୌଧୁରୀ ଓ ରାଜ ଠାକ୍ରେଙ୍କ ଦଳ ଏମ୍ଏନ୍ଏସ୍ – Kalinga News

[ad_1]
ନୂଆଦିଲ୍ଳୀ: ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ଆସନ୍ତା ଲୋକସଭା ନିର୍ବାଚନରେ ମେଣ୍ଟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ସହ ଆଲୋଚନା କରିଥିବା ଜଣାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉତ୍ତରପ୍ରଦେଶର ଚାରିଟି ଲୋକସଭା ଆସନ (କାଇରାନା, ବାଘପତ୍, ମଥୁରା ଏବଂ ଆମରୋହ)କୁ ଆରଏଲଡିକୁ ଅଫର୍ କରିଛି ବିଜେପି।
ସୂତ୍ର ଏହା ମଧ୍ୟ କହିଛି ଯେ ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି। ମତଦାନର ଦୁଇ ମାସ ପୂର୍ବରୁ ଏହି ଦୁଇ ଦଳ ହାତ ମିଳାଇବାକୁ ଚିନ୍ତା କରିପାରନ୍ତି।
କେବଳ ସେତିକି ନୁହେଁ, ରାଜ ଠାକ୍ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ବି ନିର୍ବାଚନ ପୂର୍ବରୁ ବିଜେପି ସହ ହାତ ମିଳାଇପାରେ ବୋଲି ଅନୁମାନ କରାଯାଉଛି।
ଜାଣିବାକୁ ମିଳିଛି ଯେ ଏମ୍ଏନ୍ଏସ୍ର ନେତା ମଙ୍ଗଳବାର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ତାଙ୍କ ଅଫିସ୍ରେ ଭେଟିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ଆଗାମୀ ନିର୍ବାଚନକୁ ନେଇ ସେମାନଙ୍କ ମଧ୍ୟରେ କଥା ହୋଇଛି।
[ad_2]