ରାଜନୀତି

୨୫ବର୍ଷର ନବୀନ ସରକାର ଯୁବ ସମାଜ ପାଇଁ ବିନାଶ କାଳ: କଂଗ୍ରେସ – Kalinga News

[ad_1]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ବର୍ଷ ଧରି ଶାସନରେ ରହିଛନ୍ତି। ହେଲେ ରାଜ୍ୟର ଯୁବ ସମାଜକୁ ବିକଶିତ କରିବାରେ ବିଫଳ ହୋଇଛନ୍ତି। ନବୀନ ବାବୁଙ୍କ ୨୫ ବର୍ଷର ସରକାର ଓଡ଼ିଶାର ଯୁବ ସମାଜ ପାଇଁ ବିନାଶ କାଳ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପଞ୍ଚାନନ ଦାଶ କହିଥିଲେ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବିକଶିତ। କାରଣ ସେସବୁ ରାଜ୍ୟରେ ନିୟମିତ ସରକାର ପରିବର୍ତ୍ତନ ହୁଏ। ବେରୋଜଗାରୀ ଏବେ ଦେଶର ସବୁଠାରୁ ବଡ଼ ପ୍ରସଙ୍ଗ। ନବୀନ ସରକାର ଓଡ଼ିଶାରେ ବେରୋଜଗାରୀର ସମସ୍ୟାକୁ ଲାଘବ କରିବା ପରିବର୍ତ୍ତେ ଉତ୍କଟ କରିସାରିଲେଣି। ଆଞ୍ଚଳିକ ପାର୍ଥକ୍ୟ ଓ ନିଯୁକ୍ତିର ଗୁଣବତ୍ତା ଅଗ୍ରଗତି ଆକଳନ କରିବାକୁ ଦେଶର ୨୨ଟି ପ୍ରମୁଖ ରାଜ୍ୟ ପାଇଁ ନିଯୁକ୍ତି ସ୍ଥିତି ସୂଚକାଙ୍କ ନିର୍ମାଣ କରାଯାଇଥିଲା।

ଏହି ସୂଚକାଙ୍କ ଅନୁସାରେ ୨୦୦୫ ମସିହାରେ ଓଡ଼ିଶା ୨୨ଟି ପ୍ରମୁଖ ରାଜ୍ୟରେ ସବା ତଳେ ରହିଥିଲା। ୨୦୧୨, ୨୦୧୯ ଓ ୨୦୨୨ ମସିହାରେ ଗୋଟିଏ ସ୍ଥାନ ଉପରକୁ ଅର୍ଥାତ୍‌ ୨୧ତମ ସ୍ଥାନରେ ପହଞ୍ଚିଛି। କେବଳ ବିହାର ଓଡ଼ିଶା ତଳେ ରହି ଆସିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ବିଗତ ୧୫ ବର୍ଷର ବେରୋଜଗାରୀ ହାର ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ ଯେ ୟୁପିଏ-୨ ଅମଳରେ ବେରୋଜଗାରୀ ହାର ୬% ତଳେ ରହିଥିଲା। ହେଲେ ୨୦୨୩ରେ ଏହା ୮% ଅତିକ୍ରମ କରିଛି। ଦେଶର ଶ୍ରମ ଶକ୍ତିର ଅଂଶ୍ରଗ୍ରହଣ ହାର (ଏଲଏଫପିଆର) ୩୯.୫% କୁ ଖସି ଆସିଛି। ଶିକ୍ଷିତ ଯୁବକଙ୍କ ତୁଳନାରେ ଶିକ୍ଷିତ ଯୁବତୀ ଅଧିକ ବେରୋଜଗାରୀର ଶିକାର ହେଉଥିବା ଶ୍ରୀ ଦାଶ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button