ଘର ଆଗରେ ପାର୍କିଂ କରିବାରୁ ଯୁବକଙ୍କ ଉପରେ କାର୍ ଚଢ଼ାଇ ମାରିଦେଲେ ପଡୋଶୀ – Kalinga News

[ad_1]
ନୂଆଦିଲ୍ଲୀ: ଘର ଆଗରେ ପାର୍କିଂ କରିବାରୁ ଯୁବକଙ୍କ ଉପରେ କାର୍ ଚଢ଼ାଇ ମାରିଦେଲେ ପଡୋଶୀ। ଗୁରୁଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ଋଷବ ଜାସୁଜା(୨୮) ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗାଡ଼ି ଚଢ଼ାଇଥିବା ପଡୋଶୀ ଏବେ ଫେରାର ଥିବା ବେଳେ ଖୋଜିବା ଆରମ୍ଭ କରିଛି ପୁଲିସ।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଋଷବ ଅଫିସରୁ ଫେରିବା ପରେ ଅଭିଯୁକ୍ତ ମନୋଜ ଭରଦ୍ବାଜଙ୍କ ଘର ବାହାରେ କାର୍ ପାର୍କ କରିଥିଲେ। ଏହାକୁ ଦେଖି ରାଗି ଯାଇଥିଲେ ମନୋଜ। ଘର ବାହାରକୁ ଆସି ଗାଳି କରିବାରୁ ଋଷବ, ତାଙ୍କ ଭାଇ ଓ ତାଙ୍କ ମାତାପିତା ଘରୁ ବାହାରକୁ ଆସିଥିଲେ। ଋଷବଙ୍କୁ ଦେଖି ମନୋଜ ଜୋରରେ ପାଟି କରିବା ଆରମ୍ଭ କରିଥିଲେ। ଏହା ପରେ ଋଷବ ତାଙ୍କୁ ଜବାବ ଦେବାରୁ ସେ ରାଗରେ ନିଜ କାର୍ ଋଷବ ଓ ତାଙ୍କ ଭାଇଙ୍କ ଉପରେ ଚଢ଼ାଇ ଦେଇଥିଲେ। ଏହି ଘଟଣାରେ ଋଷବଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସରେ ଅଭିଯୋଗ ହେବା ପରେ ହତ୍ୟା ମାମଲା ରୁଜୁ କରି ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ।
[ad_2]