ଅପରାଧ

ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର, ଗୁଳି କରି ଗୋଟିଏ ପରିବାର ସଦସ୍ୟଙ୍କୁ ହତ୍ୟା – Kalinga News

[ad_1]

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବଣିପାହାଡ଼ ଜଙ୍ଗଲ ପାଖରେ ଏକ କାର୍‌ରେ ମୃତକମାନେ ବସିଥିବା କୁହାଯାଉଛି। ଏହି ସମୟରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବଣିପାହାଡ଼ ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ଖେଳପଡ଼ିଆ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକମାନେ ବ୍ରଜରାଜନଗରର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ବାପା,ମା ଏବଂ ୭ ବର୍ଷର ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ଏବଂ ଝିଅଙ୍କୁ ଗୁଳି କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଥାଇ ପାରନ୍ତି ‌ବୋଲି ସନ୍ଦେହ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button