ଅପରାଧ

ବଞ୍ଚିଥିବା ଅବସ୍ଥାରେ ହସିହସି ନିଜର ମୃତକ୍ରିୟା କରିବାର ଦୁଇଦିନ ପରେ ବୃଦ୍ଧଙ୍କ ହେଲା ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏଟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ବଞ୍ଚିଥାଉଥାଉ ନିଜର ମୃତକ୍ରିୟା କରିଥିଲେ। ମୃତକ୍ରିୟା କରିବାର ଦୁଇଦିନ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ଏଟା ଗ୍ରାମରେ ହାକିମ ସିଂହ ନାମକ ବୃଦ୍ଧ ବସବାସ କରନ୍ତି। ସେ ଜାନୁଆରି ୧୫ ତାରିଖରେ ବଞ୍ଚିଥାଉଥାଉ ନିଜର ମୃତକ୍ରିୟା କରି ହସିହସି ଗ୍ରାମବାସୀଙ୍କୁ ଖାଇବାକୁ ଦେଇଥିଲେ। ଏପରି କରିବା ପଛର କାରଣକୁ ନେଇ ହାକିମ ସିଂହ କହିଥିଲେ, ‘ବିବାହର କିଛିଦିନ ପରେ ସ୍ତ୍ରୀ ଛାଡ଼ି ଚାଲିଗଲା। ମୋର କୌଣସି ସନ୍ତାନ ନଥିବାରୁ ଭ‌ାଇମାନେ ଜମିବାଡ଼ି ଜୋରଜବରଦସ୍ତି ହଡ଼ପ କରି ନେଲେ। ମୁଁ ସ୍ବର ଉଠାଇବାରୁ ମାଡ଼ ମାରି ଚୁପ କରି ଦେଲେ।

ତେଣୁ ପରିବାର ଉପରୁ ମୋର ବିଶ୍ବାସ ଉଠି ଯାଇଛି। ମୃତ୍ୟୁପରେ ସେମାନେ ମୋର କ୍ରିୟାକ୍ରମ କରିବେ କି ନାହିଁ ତାହା ମୁଁ କହି ପାରିବି ନାହିଁ। ତେଣୁ ବଞ୍ଚିଥାଉଥାଉ ମୋର ମୃତକ୍ରିୟା କରି ଗ୍ରାମବାସୀଙ୍କୁ ଖାଇବାକୁ ଦେଇ ଦେଇଛି। ଆଉ ମୋର ଚିନ୍ତା ନାହିଁ। ସମସ୍ତ କାମ ଶେଷ ହୋଇସାରିଛି। ଆଗାମୀ ଦିନରେ ଏ ଶରୀରରୁ ଯେବେବି ପ୍ରାଣତ୍ୟାଗ କରୁଛି କରୁ।’

ନିଜର ମୃତକ୍ରିୟାର ଦୁଇଦିନ ପ‌ରେ ହାକିମ ସିଂହଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ କହିଛନ୍ତି, ‘ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦୁଇଦିନ ତଳେ ଯେଉଁ ବ୍ୟକ୍ତି ହସଖୁସିରେ ଆମ ସହିତ କଥା ହେଉଥିଲେ ସେ ଆଜି ପରପାରି‌ରେ। ବଞ୍ଚି ଥାଉଥାଉ ସେ ଗ୍ରାମର ୮୦୦ଲୋକଙ୍କ ମୃତକ୍ରିୟାର ଭୋଜନ ଦେଇଥିଲେ। ‌ବୋଧ ହୁଏ ସେ ନିଜ ମୃତ୍ୟୁକୁ ନେଇ କୌଣସି ସଙ୍କେତ ପାଇ ଯାଇଥିଲେ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button