ଅପରାଧ

ଢାବା ଓ ଦୋକାନରେ ମଦ-ଗଞ୍ଜେଇ ବେପାର!,ରୋକିପାରୁନି ପୁଲିସ ଓ ଅବକାରୀ ବିଭାଗ – Kalinga News

[ad_1]

ରାଉରକେଲା: ସହରରେ ବିଭିନ୍ନ ଢ଼ାବା ଓ ଦୋକାନରେ ଚାଲିଛି ଚୋରା ମଦ ଓ ଗଞ୍ଜେଇ ବେପାର। ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ, ପୁରୁଣା ଷ୍ଟେସନ ଓ ଟ୍ରାଫିକ୍‌ ମାର୍କେଟ ଆଦି ଅଞ୍ଚଳରେ ଏହି କାରବାର ଜୋରସୋରରେ ଚାଲିଛି। ସ୍ଥାନୀୟ ପୁଲିସ ଓ ଅବକାରୀ ଲୋକଦେଖାଣିଆ କାଁ ଭାଁ କିଛି ହୋଟେଲ ମାଲିକ ଓ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।‌ ହେଲେ ବଡ ବଡ ଢାବା ଓ ଦୋକାନୀଙ୍କ ପାଖ ପଶୁନାହାନ୍ତି।

ସେମାନଙ୍କ ସହ ଭିତିରି ସଲାସୁତୁରା କରି ବର୍ଷ ବର୍ଷ ଧରି ଏଭଳି ବେଆଇନ କାରବାର ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ପାନପୋଷ ସଞ୍ଜୟ ମାର୍କେଟ ପରିସରରେ ଥିବା କିଛି ଢ଼ାବା ଓ ପାନପୋଷ ଏନ୍‌ଏସି ଅସ୍ଥାୟୀ ମାର୍କେଟ ସକାଳୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି।

ଖୋଲାଖୋଲି ଭାବେ ବେଆଇନ ମଦ ବିକ୍ରି ହେଉଥିଲେ ହେଁ, ଆଜି ପର୍ଯ୍ୟନ୍ତ ଥରୁଟିଏ ସ୍ଥାନୀୟ ପୁଲିସ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଉରକେଲା ଡେଲିମାର୍କେଟ, ପାୱାରହାଉସ୍‌ ରୋଡ, ନୂଆ ବସ୍‌ଷ୍ଟାଣ୍ଡ, ଟ୍ରାଫିକ୍‌ ଗେଟ୍‌ ଆଦି ଅଞ୍ଚଳରେ ପ୍ରାୟ ଅଧିକାଂଶ ପ୍ରାୟ ଅଧିକାଂଶ ଢ଼ାବାରେ ଦିନ ରାତି ଚୋରା ମଦର ଆସର ଜମୁଛି। ଢ଼ାବା ନାଁରେ ମାଲିକମାନେ ଚୋରା ମଦ କାରବାର କରୁଛନ୍ତି। ନୂଆ ବସ୍‌ଷ୍ଟାଣ୍ଡରେ କିଛି ଚୋରାବେପାରୀ ବୁଲି ବୁଲି ଗଞ୍ଜେଇ ବେପାର କରୁଛନ୍ତି। ପ୍ଲାଣ୍ଟସାଇଟ୍‌ ରୋଡ, ମହତାବ ରୋଡରେ ଗଞ୍ଜେଇ ବେପାରୀ ଆଡ୍ଡାସ୍ଥଳୀ ପାଲଟିଛି। ବିଗତ ଦିନରେ ପ୍ଲାଣ୍ଟସାଇଟ୍‌ ପୁଲିସ ଅନେକକୁ ଗିରଫ କରି ଜେଲ୍‌ ପଠାଇଛି। ତଥାପି କିଛି ବେପାରୀ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଗଞ୍ଜେଇ ବେପାର ଚଳାଇଛନ୍ତି।

ଅଭିଯୋଗ ହେଲେ ଉଭୟ ପୁଲିସ ଓ ଅବକାରୀ ପୁଲିସ ଆଖିଦୃଶିଆ ଢ଼ାବା କର୍ମଚାରୀକୁ ଗିରଫ କରି ଜେଲ୍‌ ପଠାଇ ଦେଖି କାମ ସାରି ଦେଉଛନ୍ତି। ପରବର୍ତ୍ତୀ ସମୟରେ ସ୍ଥିତି ଯେମିତିକୁ ସେମିତି। ସେକ୍ଟର-୧୯ ମାର୍କେଟରେ ମଧ୍ୟ ସମାନ ସ୍ଥିତି। ଏଠି ମଧ୍ୟ ସ୍ଥାନୀୟ ପୁଲିସ ଚୁପ୍‌ ବସିଛି। ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ରୋକିବା‌ରେ ସ୍ଥାନୀୟ ପୁଲିସ ବିଫଳ ହୋଇଛି। ବସ୍ତିଗୁଡ଼ିକରେ ନକଲି ବିଦେଶୀ ମଦ ତିଆରି ହେଉଛି। ତା’ର ଟେର୍‌ ପାଉନି ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ। ସହର ଓ ଏହାର ଆଖପାଖରେ ଏହି ବେଆଇନ କାରବାର ରୋକିବାକୁ ରାଉରକେଲା ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button