କାରରେ ବସି ରିଲ୍ସ କରୁଥିବା ବେଳେ ଖାଇକୁ ଖସିପଡ଼ିଲା କାର: ଘଟଣାସ୍ଥଳରେ ଯୁବତୀଙ୍କ ଉଡ଼ିଗଲା ପ୍ରାଣବାୟୁ – Kalinga News

[ad_1]
ନୂଆଦିଲ୍ଲୀ: ଆଜିକାଲି ରିଲ୍ସ ନିଶାରେ ପିଲାଠାରୁ ବୃଦ୍ଧ ସମସ୍ତେ ବାୟା। ଯିଏ ଯେଉଁଠାରେ ପାଉଛନ୍ତି ରିଲ୍ସ କରିବା ଆରମ୍ଭ କରି ଦେଉଛନ୍ତି। ଏଥିପାଇଁ ଅନେକ ଅଘଟଣ ବି ଘଟି ଯାଉଛି। କାହାର ଜୀବନ ବି ଚାଲି ଯାଉଛି। ଏମିତି ଘଟଣା କ୍ରମାଗତ ସାମ୍ନାକୁ ଆସିବା ପରେ ଏଥିପାଇଁ ଅନେକ ନିୟମ କାନୁନ ବି ଲାଗୁ କରାଯାଇଛି। ଏହା ସତ୍ତ୍ବେ ବି ଏମିତି ଘଟଣା ଥମିବାକୁ ନାମ ନେଉନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ମହାରାଷ୍ଟ୍ରର ସମ୍ବାଜିନଗର ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ରିଲ୍ସ କରୁଥିବା ବେଳେ ଖାଇରେ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବତୀ ଜଣକଙ୍କ ନାମ ଶ୍ୱେତା ଦୀପକ ସୁରବାସେ ଓ ବୟସ ୨୩ବର୍ଷ । ସେ ଛତ୍ରପତି ସମ୍ବାଜିନଗର ହନୁମାନନଗରର ବାସିନ୍ଦା ଥିଲେ।
ସୋସିଆଲ ଭିଡିଓରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଖୁଲତାବାଦ ତାଲୁକା ଅନ୍ତର୍ଗତ ଶୁଲିଭଞ୍ଜନ ଦତ୍ତଧାମ ମନ୍ଦିର ଅଞ୍ଚଳରେ ଶ୍ୱେତା ଦୀପକ କାରରେ ବସିଛନ୍ତି। ଏହି ସମୟରେ ସାଙ୍ଗ ସୁରଜ ସଞ୍ଜୟ ମୁଲେ ଶ୍ବେତାଙ୍କ ରିଲ୍ସ କରୁଛନ୍ତି। କିଛିସମୟ ପରେ ଶ୍ୱେତାଙ୍କ କାରଟି ପଛକୁ ପଛକୁ ଯାଉଥିବା ଦେଖିବାକୁ ମିଳୁଛି।
रील बनाने के चक्कर में लड़की ब्रेक लगाना भूली, गहरी खाई में गिरी कार; दर्दनाक मौत VIDEO #Reels #ChhatrapatiSambhajiNagar #Car #AxisMetro pic.twitter.com/KfEcwsQAf6
— Bhupendra Tiwari (@Bhupend29375158) June 18, 2024
ଶ୍ୱେତା ରିଲ୍ସ ନିଶାରେ ନିଜ ଉପସ୍ଥିତ ବୁଦ୍ଧି ହରାଇ ଦେଉଛନ୍ତି। ସେ କାରର ବ୍ରେକ୍ ମାରିବା ବଦଳରେ ରିଭର୍ସ ଗିୟର ମାରି ଦେଉଛନ୍ତି। ଫଳରେ ଆଖି ପିଛୁଳାକେ କାରଟି ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡୁଛି। ଏହି ଦୁର୍ଘଟଣାରେ ଶ୍ବେତାଙ୍କ ମୃତ୍ୟୁ ହୋଇଯାଉଛି।
[ad_2]