ଅପରାଧ

ଅପରାଧୀଙ୍କୁ ଦାୟୀ କରୁଛି, ଭାରତୀୟଙ୍କୁ ନୁହେଁ; ଏଭଳି କହିଲେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଦେଶିନୀ – Kalinga News

[ad_1]

ନୂଆଦିଲ୍ଲୀ: ଅପରାଧୀଙ୍କୁ ଦାୟୀ କରୁଛି | ଭାରତୀୟଙ୍କୁ ନୁହେଁ | ଏଭଳି କହିଲେ ଗତ ସପ୍ତାହରେ ଝାଡଖଣ୍ଡର ଦୁମକା ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ସ୍ପେନୀୟ ମହିଳା | ଝାଡ଼ଖଣ୍ଡର ଦୁମକାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେନ୍‌ର ଜଣେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା | ହଂସଡିହା ଥାନା ଅନ୍ତର୍ଗତ କୁରୁମହାଟରେ ଏହି ଘଟଣା ଘଟିଥିଲା। ୭ ଜଣ ଏହି ଅପରାଧ ଘଟାଇଥିବା ବେଳେ ଏହି ଘଟଣା ପରେ ଭାରତ ପାଇଁ ଥିବା ଚିନ୍ତାଧାରା ବଦଳିଛି କି ନାହିଁ ତାହା ଜଣାଇଛନ୍ତି ପୀଡିତା |

ସେ କହିଛନ୍ତି ଯେ, “ଭାରତର ଲୋକମାନେ ବହୁତ ଦୟାଳୁ । ମୁଁ ସେମାନଙ୍କୁ ଏଥିପାଇଁ ଦାୟୀ କରିବି ନାହିଁ | ମୁଁ କେବଳ ଅପରାଧୀଙ୍କୁ ଦାୟୀ କରିବି । ଏଠାକାର ଲୋକମାନେ ମୋ ସହ ବହୁତ ଭଲ ବ୍ୟବହାର କରିଛନ୍ତି ଏବଂ ଲୋକମାନେ ବହୁତ ଦୟାଳୁ ବୋଲି ମୁଁ ଜାଣିପାରିଛି। କିଛି ଲୋକଙ୍କ ପାଇଁ ସାରା ଭାରତକୁ ଖରାପ କହିବି ନାହିଁ |” ବିହାର ଦେଇ ନେପାଳ ଯିବା ପୂର୍ବରୁ ପୀଡିତା ଏଭଳି କହିଥିବା ଜଣାପଡିଛି |

ଉଲ୍ଲେଖଯୋଗ୍ୟ, ସ୍ପେନୀୟ ମହିଳା ଓ ତାଙ୍କ ସ୍ୱାମୀ ବାଇକ୍‌ରେ ଭ‌ାରତ ଭ୍ରମଣ କରୁଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଆସି ଝାଡ଼ଖଣ୍ଡ ଦୁମକାର କୁଞ୍ଜି ଗାଁରେ ପହଞ୍ଚିଥିଲେ। ସଂଧ୍ୟା ହେବାରୁ ତମ୍ବୁ ଟାଣି ସେଠାରେ ବିଶ୍ରାମ ନେଇଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ବିଦେଶିନୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ୭ ଜଣ ଥିଲେ ବୋଲି ଅଭିଯୋଗ କରିଥିଲେ ପୀଡିତା। ଦୁମକା ଏସ୍‌ପି ପୀତାମ୍ବର ସିଂହ ଖଇରୱାଡ଼ଙ୍କ କହିବା ଅନୁସାରେ ଗଣଦୁଷ୍କର୍ମର ଶିକାର ହେବା ପରେ ଏହି ଦମ୍ପତି ରାସ୍ତାରେ ପାଟ୍ରୋଲିଂ କରୁଥିବା ପୁଲିସ ଆଗରେ ସବୁ କଥା କହିଥିଲେ। ଏପର୍ଯ୍ୟନ୍ତ ୫ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡିଛି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button