ରାଜନୀତି

ସ୍ଥାନ, ସମୟ, ପ୍ରସଙ୍ଗ ଜଣାଅ: ବିତର୍କ ପାଇଁ ପ୍ରିୟଙ୍କାଙ୍କୁ ସ୍ମୃତିଙ୍କ ଆହ୍ବାନ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗତକାଲି ଦାବି କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଏହାର କଡ଼ା ଜବାବ ଦେଇଛନ୍ତି। ଆମେଥି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା ସ୍ମୃତି ଉଭୟ ଭାଇ-ଭଉଣୀ ତଥା ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ବିତର୍କ ପାଇଁ ଆହ୍ବାନ କରିଛନ୍ତି ଏବଂ ସେମାନଙ୍କ ପସନ୍ଦରେ ଯେ କୌଣସି ଟିଭି ଚ୍ୟାନେଲ, ଆଙ୍କର, ସ୍ଥାନ, ସମୟ ଏବଂ ପ୍ରସଙ୍ଗ ବାଛିବାପାଇଁ କହିଛନ୍ତି। ଗୋଟିଏ ପାର୍ଶ୍ବ‌ରେ ସେମାନେ ଭାଇ –ଭଉଣୀ ରହିବେ ଏବଂ ଅନ୍ୟ ପାର୍ଶ୍ବରେ ବିଜେପିର ଜଣେ ମୁଖପାତ୍ର ରହିବେ। ସ୍ମୃତି କହିଛନ୍ତି, ଆମ ଦଳ ପକ୍ଷରୁ ସୁଧାଂଶୁ ତ୍ରିବେଦୀ ହିଁ ଯଥେଷ୍ଟ। ବିତର୍କ ହେଲେ ହିଁ ସେମାନେ ସଠିକ୍‌ ଉତ୍ତର ପାଇଯିବେ ବୋଲି ସେ କହିଛନ୍ତି। ଆମେଥିରେ ଏବେ ବିକାଶର ଗଙ୍ଗା ପ୍ରବାହିତ ହେଉଥିବା ବେଳେ ରାୟବରେଲି ଜନତା ବହୁତ ବଡ଼ ପରିବର୍ତ୍ତନ ସପକ୍ଷରେ ରାୟ ଦେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ମୃତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉଭୟ ଆମେଥି ଏବଂ ରାଏବରେଲି ଆସନ ଏବେ ଫୋକସ୍‌ରେ ରହିଛି। କାରଣ ରାଏବରେଲି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଥିବାବେଳେ ଆମେଥିରେ ଦଳ କିଶୋରୀ ଲାଲ୍‌ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ଆମେଥି ଆସନର ନିର୍ବାଚନ ଫଳ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରିୟଙ୍କା ଗତ ସୋମବାରଠାରୁ ରାଏବରେଲିରେ ରହିଛନ୍ତି ଏବଂ ପ୍ରଚାର କାର୍ଯ୍ୟ ପରିଚାଳନା କରୁଛନ୍ତି। କଂଗ୍ରେସ ପାଇଁ ଉଭୟ ଆମେଥି ଏବଂ ରାଏବରେଲି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଉଭୟ ଆସନରେ କଂଗ୍ରେସ ଜିତିବାପାଇଁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଏଥର ଆମେଥିରେ ବଡ଼ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବାକୁ ସ୍ମୃତି ଲକ୍ଷ୍ୟ ରଖିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button