ଖେଳ ଖବର

ଜାତୀୟ କରାଟେ: ପ୍ରଥମ ଦିନରେ ଓଡ଼ିଶାକୁ ୪ ପଦକ – Kalinga News

[ad_1]

ଭୁବନେଶ୍ବର: ଡେରାଡୁନ୍‌ରେ ଆରମ୍ଭ ହୋଇଥିବା କ୍ୟାଡେଟ୍‌, କନିଷ୍ଠ, ୨୧ ବର୍ଷରୁ କମ୍‌ ଓ ବରିଷ୍ଠ କରାଟେ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୪ ପଦକ ମିଳିଛି। ଭା‌ଲିନା ଭାଲେଣ୍ଟିନା ବ୍ୟକ୍ତିଗତ କାଟାରେ ସ୍ବର୍ଣ୍ଣ ଜିତିଥିଲେ। ସେ ଓ ସୁରୋମିତା ସିହ୍ନା, ଅଫିଫା ପରବେଜ ଓ ସଞ୍ଚିତା ମହାନ୍ତି ଦଳଗତ କାଟାରେ ସ୍ବର୍ଣ୍ଣ ପାଇଥିଲେ। ଫାଇଟିଂ ଇଭେଣ୍ଟ୍‌ରେ ରିତେଶ ରାୟ ବରିଷ୍ଠ ପୁରୁଷ ୮୪ କେଜି ବର୍ଗରେ ରୌପ୍ୟ ଏବଂ ଅନୁପମା ସ୍ବାଇଁ ମହିଳା ବରିଷ୍ଠ ୫୫ କେଜିରେ କାଂସ୍ୟ ପାଇଥିଲେ। ଏହି ସଫଳତା ଲାଗି ଖେଳାଳିମାନଙ୍କୁ ରାଜ୍ୟ କରାଟେ ସଂଘର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button