ରାଜନୀତି

ହିସାବ ରଖିଲେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ – Kalinga News

[ad_1]

ରାଉରକେଲା: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ କେନ୍ଦ୍ର ଉପରେ ଆଜି ମନଭରି ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ ପାଣ୍ଡିଆନ। ଧର୍ମେନ୍ଦ୍ରଙ୍କୁ ଖୋଲା ଆହ୍ବାନ ଦେଇଥିଲେ। ଏମିତିକି ଚଳିତ ନିର୍ବାଚନରେ ବିଜେଡି ବୃହତ୍ ବିଜୟ ଲାଭ କରିବ ବୋଲି କହିଥିଲେ। କେବଳ ନିର୍ବାଚନବେଳେ ବାହାରୁ ଆସୁଥିବା ନେତାଙ୍କ ଉପରେ ଭରସା ନ କରିବାକୁ ଆହ୍ବାନ କରିଥିଲେ।

ଏତଦ୍ବ୍ୟତୀତ ରଘୁନାଥପାଲିରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ହିସାବଦେଇ କହିଲେ, ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ସାଢ଼େ ୩ କୋଟି ଟଙ୍କାରେ ୬୪ଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ୬୩ଟି ପ୍ରକଳ୍ପ ପାଇଁ ୧୦ କୋଟି ୨୪ ଲକ୍ଷ ଟଙ୍କା, ୫୬୦ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି, ୧୨,୬୦୦ ହଜାର ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୬ ଶହ ଜଣ ବିଏସ୍କେୱାଇ ନବୀନ କାର୍ଡ ହିତାଧିକାରୀ, ୬୧୦୦ ପରିବାରକୁ କାଳିଆ ଯୋଜନାରେ ସାମିଲ କରିବା, ୨୮୦ କୃଷକଙ୍କୁ ମାଗଣା କୃଷି ବୀମା, ୩୯୦୦ ଏକର ଜମି ବୀମାଭୁକ୍ତ, ୨୫୦ ମିଶନ ଶକ୍ତି ଗୋଷ୍ଠିକୁ ବିନା ସୁଧରେ ୩୨ ଟଙ୍କା ଋଣ, ୧୨୫୦ ଗର୍ଭବତୀଙ୍କୁ ମମତା ସହାୟତା, ୧୯,୩୦୦ ହିତାଧିକାରୀଙ୍କୁ ଭତ୍ତା, ଜନଶୁଣାଣୀ ଆଧାରରେ ରଘୁନାଥପାଲି ପାଇଁ ୨୧ କୋଟି ଟଙ୍କା, ସେକ୍ଟର-୩ ଜଗନ୍ନାଥ ମନ୍ଦିର ରୂପାନ୍ତରଣ ପାଇଁ ଦେଢ଼ କୋଟି, ଇସ୍ପାତ କଲେଜର ରୂପାନ୍ତରଣ ପାଇଁ ୧.୨୫ କୋଟି, ଦେଓଗାଁ ଧବଳେଶ୍ବର ମନ୍ଦିର ପାଇଁ ୧ କୋଟି, ୩୧୩ କୋଟି ବିନିଯୋଗରେ କୋଏଲ ବ୍ୟାରେଜ, ୩୧ କୋଟି ବ୍ୟୟରେ ବେଦବ୍ୟାସରେ ବରିଷ୍ଠ ନାଗରିକ ଗୃହ ନିର୍ମାଣ, ୧୫ କୋଟି ବିନିଯୋଗରେ ଲାଠିକଟା କର୍ଲାଖମଣରେ ମାନସିକ ରୋଗୀଙ୍କ ପାଇଁ ଆଶ୍ରୟ ଗୃହ, ୭.୩୫ କୋଟି ବିନିଯୋଗରେ ହାତିବନ୍ଧ-ରାମଯୋଡ଼ଇ ରାସ୍ତା ଆଦି ଏକାଧିକ ପ୍ରକଳ୍ପ ନିର୍ମାଣ କରାଯାଇଥିବା କହିଥିଲେ।

ବିଜେଡି ସାଂସଦ ପ୍ରାର୍ଥୀ ଦିଲୀପ ତିର୍କି, ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା ବକ୍ତବ୍ୟ ରଖିଥିଲେ। ସେକ୍ଟର-୨ ପଡ଼ିଆରେ ଅନୁଷ୍ଠିତ ସଭାରେ ଯୋଗଦେବା ପୂର୍ବରୁ ଶ୍ରୀ ପାଣ୍ଡିଆନ ସେକ୍ଟର-୩ସ୍ଥ ଅହିରାବନ୍ଧ ଜଗନ୍ନାଥ ମନ୍ଦିର, ଛେଣ୍ଡ୍ ଭିଏସ୍ଏସ୍ ମାର୍କେଟ, କୋଏଲନଗର ଡି’ ବ୍ଲକ ହନୁମାନ ମନ୍ଦିର ଆଦି ପରିଦର୍ଶନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button