ଅପରାଧ

କାଳ ହେଲା ଅନ୍‌ଲାଇନ୍‌ ବେଟିଂ: ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା ପରେ ଜୀବନ ହାରିଲେ ଯୁବ ଇଞ୍ଜିନିୟର – Kalinga News

[ad_1]

ବନ୍ଦ କାର୍‌ ଭିତରୁ ଶବ ଠାବ, ପିସ୍ତଲ ଜବତ

ଝାରସୁଗୁଡ଼ା/ବ୍ରଜରାଜନଗର: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ। ଅନ୍‌ଲାଇନ୍‌ ବେଟିଂରେ ଲଗାତାର କ୍ଷତି ଯୋଗୁ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅକୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବ ଇଞ୍ଜିନିୟର। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବାଣୀପାହାଡ଼ ମିନି ଷ୍ଟାଡିୟମ୍ ଭିତରେ ଗତ ରାତିରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକମାନେ ହେଲେ ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗରର ଇଂ. ସୁଜିତ ରାୟ (୩୭), ସ୍ତ୍ରୀ ଖୁସ୍‌ବୁ ରାୟ (୨୭) ଓ ଝିଅ ଅର୍ପିତା (୧୨)। ଲଖନପୁର ଥାନା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାସ୍ଥଳରେ ଉତ୍ତରାଂଚଳ ଆଇଜି ହିମାଂଶୁ ଲାଲ୍, ଏସ୍‌ପି ସ୍ମିତ୍ ପରମାର ପୁରୁଷୋତ୍ତମ, ସାଇଣ୍ଟିଫିକ୍ ଟିମ୍, ଡଗ୍‌ସ୍କ୍ବାଡ୍ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। କାର୍ (ଓଡି ୧୫ ୱାଇ ୮୨୨୮) ଭିତରୁ ଏକ ଦେଶୀ ପିସ୍ତଲ, ୩ଟି ଖୋକା, ଗୋଟିଏ ମୋବାଇଲ୍ ଫୋନ୍‌ ଜବତ କରାଯାଇଛି।

ଏସ୍‌ପି ଶ୍ରୀ ପରମାରଙ୍କ ସୂଚନା ଅନୁସାରେ, ସୁଜିତ କିଛି ମାସ ହେବ ଲଗାତାର ବେଟିଂ କରି କ୍ଷତି ସହି ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ କ୍ଷତି ଭରଣା କରିବା ପାଇଁ ବିଭିନ୍ନ ସ୍ଥାନରୁ ଧାରକରଜ ମଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ସେ ସବୁବେଳେ ଚିନ୍ତିତ ରହୁଥିବା ବେଳେ ବୁଧବାର ଏଭଳି ଅଭାବନୀୟ କାଣ୍ତ ଘଟାଇଛନ୍ତି। ସୁଜିତଙ୍କ ବାପା ସମର ରାୟଙ୍କ କହିବାନୁସାରେ, ବୁଧବାର ଦ୍ବିପ୍ରହର ପ୍ରାୟ ୩ଟା ବେଳେ ସୁଜିତ ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ଘରୁ ବାହାରିଥିଲେ। କୌଣସି ବାବାଙ୍କ ନିକଟକୁ ଯାଉଥିବା କହି ଘରୁ ବାହାରିଥିବା ବେଳେ ଆଉ ଫେରିନଥିଲେ। ଘରେ ତାଙ୍କର ଆଉ ଗୋଟିଏ ୩ ବର୍ଷର ଶିଶୁକନ୍ୟାକୁ ମଧ୍ୟ ଛାଡ଼ି ଯାଇଥିଲେ। ତେବେ ରାତି ଯାଏ ସେ ଘରକୁ ନଫେରିବାରୁ ଓ ତାଙ୍କ ମୋବାଇଲ ନମ୍ବର ନଲାଗିବାରୁ ସୁଜିତଙ୍କ ସାନଭାଇ ଅଜିତ ରାତି ୧୦ଟା ୪୫ ମିନିଟ୍‌ରେ ଓରିଏଣ୍ଟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ସେମାନଙ୍କ ମୋବାଇଲ୍ ଟ୍ରାକିଂ କରାଯାଇଥିଲା। ଏହି ସମୟରେ ତାଙ୍କ ଅବସ୍ଥିତି ଲଖନପୁର ଥାନା ଅଞ୍ଚଳରେ ଦେଖାଇଥିଲା। ସେହି ଅବସ୍ଥିତି ଆଧାରରେ ପୁଲିସ୍‌ ଖୋଜାଖୋଜି କରି ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳେ କାର୍ ଇଞ୍ଜିନ୍ ଓ ଏସି ଅନ୍ ରହିଥିବା ଓ କାର୍ ଭିତରେ ୩ ଜଣଙ୍କ ମୃତଦେହ ଥିଲା। ଏହି ସମୟରେ ଖୁସ୍‌ବୁ ଓ ଅର୍ପିତାଙ୍କ ଆଖିରେ ରୁମାଲ୍‌ର ପଟି ବନ୍ଧା ଯାଇଥିବାରୁ ହତ୍ୟା ପୂର୍ବରୁ ସେମାନଙ୍କୁ ଭ୍ରମିତ କରାଯାଇଥିବା ପୁଲିସ୍‌ ଆଶଙ୍କା କରିଛି। ରାତିର ଅନ୍ଧକାରରେ ତଦନ୍ତ ସମ୍ଭବ ନହେବାରୁ ପୁଲିସ୍‌ ସମଗ୍ର ଅଂଚଳକୁ ସିଲ୍ କରି ରଖିଥିଲା। ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button