ରାଜନୀତି

ଏବେ ବି ଅନ୍ଧାରରେ ‘ମେଣ୍ଟ’: ଅସ୍ବାଭାବିକ ନିରବତା – Kalinga News

[ad_1]

ଛତିଶଗଡ଼ ଭବନରେ ଓଡ଼ିଶା ବିଜେପି ବୈଠକ, ଶାହଙ୍କ ପାଖରେ ଅଟିକିଛି ବିଜେପି ନିଷ୍ପତ୍ତି

ଭୁବନେଶ୍ବର/ନୂଆଦିଲ୍ଲୀ: ଦିନ ଗଡ଼ୁଛି। କିନ୍ତୁ ବିଜେଡି-ବିଜେପି ମେଣ୍ଟର ଚିତ୍ର ସ୍ପଷ୍ଟ ହେଉନି। ମେଣ୍ଟ ସମ୍ପର୍କରେ ଏବେ ବି ସମସ୍ତେ ଅନ୍ଧାରରେ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିକଟରେ ନିଷ୍ପତ୍ତି ଅଟକିଯାଇଛି। କେବେ ଚୂଡ଼ାନ୍ତ ଘୋଷଣା ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ଉଭୟ ବିଜେଡି ଓ ବିଜେପି ନେତାମାନେ ଏବେ ଏହି ପ୍ରସଙ୍ଗରେ ଅସ୍ବାଭାବିକ ନିରବତା ଅବଲମ୍ବନ କରି ତଳ ସ୍ତରରେ ଦ୍ବନ୍ଦ୍ବ ବଢ଼ାଇ ଦେଉଛନ୍ତି।

ବିଜେପିର ରାଜ୍ୟ ନେତାମାନେ ତିନି ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି। ଆଜି ସର୍ଦ୍ଦାର ପଟେଲ ମାର୍ଗସ୍ଥିତ ଛତିଶଗଡ଼ ସଦନରେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବିଜେପିର ଏକ ବୈଠକ ହୋଇଥିଲା। ଏଥିରେ ଦଳର ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଥିଲେ। ଶ୍ରୀ ବଂଶଲ ରାଜ୍ୟ ନେତୃବୃନ୍ଦଙ୍କ ସହ ମେଣ୍ଟ, ଆସନ ଆବଣ୍ଟନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥି ସହିତ ଶ୍ରୀ ବଂଶଲଙ୍କୁ ଗତ ସାଧାରଣ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେପି ହାରିଥିବା ସିଟ୍‌ଗୁଡ଼ିକର ଏକ ତାଲିକା ହସ୍ତାନ୍ତର କରାଯାଇଛି। ଗତକାଲି ଓ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ମଧ୍ୟ ରାଜ୍ୟ ବିଜେପି ନେତାମାନେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଚୟନ ବାବଦରେ ମାନସମନ୍ଥନ କରିଥିଲେ। କେନ୍ଦ୍ରୀୟ ନେତୃତ୍ବ ବୈଠକ ବାବଦରେ କୌଣସି ପ୍ରକାର ପ୍ରତିକ୍ରିୟା ଗଣମାଧ୍ୟମରେ ପ୍ରକାଶ ନ କରିବା ପାଇଁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ କଡ଼ା ତାଗିଦ କରିଛନ୍ତି। ସେଥି ପାଇଁ ନେତାମାନେ ବୈଠକକୁ ନେଇ ପାଟି ଖୋଲିନାହାନ୍ତି। ତେବେ ତିନି ଦିନ ହେଲା ଜାରି ରହିଥିବା ମାରାଥନ୍‌ ଆଲୋଚନା ତଥା ବିଚାର ଆଲୋଚନା ମୁଖ୍ୟତଃ ୪ଟି ବିନ୍ଦୁ ଉପରେ ନିବଦ୍ଧ ରହିଛି।

ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ବୋଲି ସଙ୍କେତ ଦେଇଛନ୍ତି। କେଉଁ ଦଳକୁ କେତେ ଆସନ ମିଳିବ ତାହାର ଘୋଷଣା ହେବ ଓ ଉଭୟ ଦଳ ଦ୍ବାରା ବୁଝାମଣା ଅନୁସାରେ ଧାର୍ଯ୍ୟ ଆସନଗୁଡ଼ିକୁ ଚୟନ କରିବା ପାଇଁ କମିଟି ମଧ୍ୟ ଗଠନ କରାଯିବ। କମିଟି ଆସନଗୁଡ଼ିକର ଚୟନ କରି ଦଳ ମୁଖ୍ୟଙ୍କୁ ରିପୋର୍ଟ ଦେବେ। ନିକଟରେ ତେଲଗୁ ଦେଶମ୍‌ ଦଳ ସହିତ ବିଜେପିର ହୋଇଥିବା ବୁଝାମଣା ଯେଉଁ ସୂତ୍ର ଆଧାରରେ ହୋଇଛି, ସେହି ଆଧାରରେ ହିଁ ଓଡ଼ିଶାରେ ଆସନ ଭାଗବଣ୍ଟା ହେବ ଓ ଉଭୟ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ସୂଚନା ଅନୁସାରେ ଓଡ଼ିଶାରେ ବିଜେପିକୁ ୧୩ଟି ଲୋକସଭା ଆସନ ଓ ବିଜେଡି ଭାଗରେ ୮ ଟି ଆସନ, ସେହିଭଳି ବିଧାନସଭା ଆସନ ମଧ୍ୟରୁ ବିଜେପିକୁ ୪୯ ଓ ବିଜେଡିକୁ ୯୮ ଆସନ ମିଳିପାରେ। ରାଜ୍ୟର ବିଜେପି ଟିମ୍‌ କେନ୍ଦ୍ରୀୟ ନେତୃତ୍ବ ସହିତ ମିଶି ଏକ ରିପୋର୍ଟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେବେ। ଶ୍ରୀ ଶାହ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋ‌ଲି ସୂଚନା ମିଳିଛି। ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହେବ ବୋଲି ରାଜ୍ୟ ବିଜେପି ନେତାମାନେ ଆଶା ରଖିଛନ୍ତି।

ମେଣ୍ଟ ଚିତ୍ର ସ୍ପଷ୍ଟ ହେଉ ନଥିବାରୁ ସାରା ରାଜ୍ୟରେ ରାଜନୀତି ବିଚିତ୍ର ସ୍ଥିତି ଦେଇ ଗତି କରୁଛି। ଉଭୟ ଦଳର ଶୀର୍ଷ ନେତୃତ୍ବ କୌଣସି ସ୍ପଷ୍ଟ ବାର୍ତ୍ତା ଦେଉ ନ ଥିବାରୁ ତୃଣମୂଳ ସ୍ତରରେ ଉଭୟ ଦଳର ସାଂଗଠନିକ ସ୍ଥିତି ବିଗିଡ଼ିଗଲାଣି। ଉଭୟ ଦଳର ବଡ଼ନେତାମାନଙ୍କ ନିରବତା କର୍ମୀମାନଙ୍କୁ ଅସ୍ବାଭାବିକ ଲାଗିଲାଣି। ନେତା ଓ କର୍ମୀମାନେ ଏତେ ମାତ୍ରାରେ ଅସ୍ଥିର ହୋଇପଡ଼ିଛନ୍ତି ଯେ କ’ଣ କରିବେ ବାଟ ପାଉ ନାହାନ୍ତି। ଉଭୟ ଦଳର କର୍ମୀମାନେ ନିଜ ନିଜ ଦଳର ଶୀର୍ଷ ନେତାଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଲେଣି। ଲଢ଼େଇର ଚିତ୍ର ସ୍ପଷ୍ଟ ହେଉ ନଥିବାରୁ ନିର୍ବାଚନ ପାଇଁ ରଣନୀତି ବି କେହି ପ୍ରସ୍ତୁତ କରିପାରୁ ନାହାନ୍ତି।
ଏପଟେ ରାଜ୍ୟ ସ୍ତରରେ ମଧ୍ୟ ବିଜେଡି ଓ ବିଜେପି ପରସ୍ପର ବି‌ରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁ ନାହାନ୍ତି। ସାଧାରଣତଃ ନିର୍ବାଚନ ପୂର୍ବରୁ ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳ ଯେପରି ପରସ୍ପର ବିରୋଧରେ କଠୋର ହେବା କଥା‌, ତାହା ହେଉନାହାନ୍ତି। ମେଣ୍ଟ ହେବାର ସମ୍ଭାବନା ଥିବାରୁ ଉଭୟ ଦଳ ବେଶ୍‌ ସତର୍କତାର ସହ ବୟାନବାଜି କରୁଛନ୍ତି। କେବଳ କିଛି ମିଶ୍ରଣ ପର୍ବରେ ଉଭୟ ଦଳର ରାଜନୈତିକ ଗତିବିଧି ସୀମିତ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button