ଅପରାଧ

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ: ଯୁବକ ଗିରଫ – Kalinga News

[ad_1]

ବୀରମିତ୍ରପୁର: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ବୀରମିତ୍ରପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାଇ ହାତୀବାରି ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ରାଜା ଗୋଡ଼ାଇତ(୨୪)ଙ୍କର ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ୨୧ ବର୍ଷିୟା ଯୁବତୀଙ୍କ ସହ ଗତ ତିନିବର୍ଷ ହେଲା ପ୍ରେମ ସଂପର୍କ ଗଢ଼ିଉଠିଥିଲା। ରାଜା ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲା। ଯୁବତୀ ଜଣଙ୍କ ବିବାହ ପାଇଁ ଚା​ପ ଦେଉଥିଲାବେଳେ ଏହାକୁ ଯୁବରାଜ ବିଭିନ୍ନ ଆଳ ଦେଖାଇ ଟାଳି ଆସୁଥିଲା।

ପରବର୍ତ୍ତୀ ସମୟରେ ରାଜାଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସଂପର୍କ ରହିଥିବା ଏବଂ ତାଙ୍କୁ ବିବାହ କରିବେ ବୋଲି ଜାଣିବା ପରେ ଯୁବତୀଜଣକ ବୀରମିତ୍ରପୁର ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ଦୁର୍ଷ୍କମ ତଥା ପ୍ରତାରଣା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରାଜା ଗୋଡ଼ାଇତକୁ ଫୁଳଝର ବସ୍ତିରୁ ଗିରଫ କରି ପଚରାଉଚରା କରୁଛି। ଆଜି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ଥାନା ଅଧିକାରୀ ଆଶିଷ କୁମାର ଜେନା ସୂଚନା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button