ରାଜନୀତି

ବୁଥ୍‌ରୁ ସିଧାପ୍ରସାରଣ କରି ବିଜେପି ନେତା ଗିରଫ – Kalinga News

[ad_1]

ନୂଆଦିଲ୍ଲୀ : ଗତ ମେ’ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବା ଦିନ ଗୁଜରାଟର ଦାହୋଦରେ ଏକ ଭୋଟିଂ ବୁଥ୍‌ରୁ ଜଣେ ବିଜେପି ନେତା ମତଦାନର ସିଧାପ୍ରସ‌ାରଣ କରିଥିଲେ। ଉକ୍ତ ବିଜେପି ‌ନେତା ଏବଂ ଜଣେ ନିର୍ବାଚନ ପ୍ରତିନିଧି ଏହି ମାମଲାରେ ବୁଧବାର ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବିଜେପି ନେତାଙ୍କୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ବିଜେପି ନେତା ରମେଶ ଭା‌ବୋରଙ୍କ ପୁଅ ବିଜୟ ଭାବୋର। ବିଜୟ ତାଙ୍କ ଇନଷ୍ଟାଗ୍ରାମରେ ମତଦାନର ସିଧାପ୍ରସାରଣ କରାଇଥିଲେ। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଭାବୋର ଅପମାନଜନକ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟ‌ରେ ଜଣେ ନିର୍ବାଚନ ପ୍ରତିନିଧି ମଧ୍ୟ ବିଜେପି ନେତାଙ୍କୁ ଉତ୍ସାହିତ କରିଥିଲେ। କିନ୍ତୁ ବୁଥ୍‌ରେ ଥିବା ଜଣେ କର୍ମଚାରୀ ଉଭୟଙ୍କୁ ଶାନ୍ତ ରହିବାପାଇଁ ଅନୁରୋଧ କରିଥିଲେ। ଏହି ମାମଲାରେ ବିଜୟଙ୍କୁ ପୁଲିସ ଗିରଫ କରିଛି। ତେବେ ଅନ୍ୟ ବିଜେପି ନେତାମାନେ ଏହି ବିବାଦରୁ ନିଜକୁ ଦୂରେଇ ରଖିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button