ଅପରାଧ

ଶବସତ୍କାର ଗୃହରୁ ଉଦ୍ଧାର ହେଲା ୧୮୯ଟି ଗଳିତ ଶବ – Kalinga News

[ad_1]

କଲରାଡୋ: ଆମେରିକାର କଲରାଡୋ ଅଞ୍ଚଳରେ ଥିବା ଗୋଟାଏ ଶବସତ୍କାର ଗୃହରୁ ଅନ୍ୟୂନ ୧୮୯ଟି ଗଳିତ ଶବ ଉଦ୍ଧାର କରାଯାଇଥିବା କ‌ଲରାଡୋ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ କହିଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି।

ପରିବେଶ ଅନୁକୂଳ ସବଶତ୍କାର ସେବା ଯୋଗାଇ ଦେବେ ବୋଲି କହି ଯେଉଁ ଦମ୍ପତି ଏହି ଦାୟିତ୍ବ ବହନ କରିଥିଲେ ସେମାନଙ୍କ ଅବହେଳା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଶବସତ୍କାର ଲାଗି ମିଳିଥିବା ଅର୍ଥକୁ ଦୁହେଁ ଗାଡ଼ି, ଭ୍ରମଣ ଓ କ୍ରିପ୍ଟୋକରେନ୍‌ସିରେ ବିନିଯୋଗ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ପେନ୍‌ରୋଜ୍‌ରେ ଅବସ୍ଥିତ ଶୀତଳିକରଣ ବ୍ୟବସ୍ଥା ନ ଥିବା ‘ରିଟର୍ଣ୍ଣ ଟୁ ନେଚର୍‌ ଫ୍ୟୁନେରାଲ୍‌ ହୋମ୍‌’ ଶବଗୃହରେ ଶବଗୁଡ଼ିକୁ ଅଯତ୍ନ କରି ରଖାଯାଇଥିବାରୁ ସେଗୁଡ଼ିକ ପଚିଶଢ଼ି ଯିବା ସହିତ କୀଟାଣୁପୂର୍ଣ୍ଣ ହୋଇଯାଇଥିଲା।

Image Courtesy of The Guardian

ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଯେଉଁ ପାଉଁଶ ପ୍ରଦାନ କରାଯାଇଥିଲା ତାହା ସେମାନଙ୍କର ମୃତ ପ୍ରିୟଜନଙ୍କର ନୁହେଁ, କଂକ୍ରିଟ୍‌ ମିଶ୍ରଣ ଭର୍ତ୍ତି କରାଯାଇଥିବା ବ୍ୟାଗ୍‌।

ଶବଗୃହ ପରିସର ତଲାସ କରିବା ସମୟରେ ସରକାରୀ କର୍ତ୍ତୃପକ୍ଷମାନେ ଚଟାଣରେ ମାନବ ଶରୀର ପଚିଶଢ଼ି ବୋହି ଆସୁଥିବା ତରଳ ପଦାର୍ଥ ଦେଖିବାକୁ ପାଇଥିଲେ।

ଏହି ଘଟଣାର ବିଚାର ପାଇଁ ଯଥେଷ୍ଟ ପ୍ରମାଣ ମିଳିଥିବା କଥା ଗୁରୁବାର ଦିନ ଜଣେ ବିଚାରପତି ରାୟ ଶୁଣାଇଛନ୍ତି। ଆଗାମୀ ମାର୍ଚ ମାସରେ ଅଭିଯୁକ୍ତ ଦମ୍ପତି ଜନ୍‌ ଓ କ୍ୟାରି ଡଲ୍‌ଫୋର୍ଡଙ୍କର ବିଚାର କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button