ମନୋରଞ୍ଜନ

ସଲମାନଙ୍କ ବ୍ୟତୀତ ଲରେନ୍ସର ଟାର୍ଗେଟରେ ଅଛନ୍ତି ଅନ୍ୟ ୨ ବଲିଉଡ କଳାକାର ! – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ପଞ୍ଚମ ଅଭିଯୁକ୍ତକୁ କିଛି ଦିନ ତଳେ ଗିରଫ କରିଛି। ମହମ୍ମଦ ଚୌଧୁରୀ ନାମକ ଏହି ଅଭିଯୁକ୍ତକୁ ଗିରଫ କରାଯିବା ପରେ ପଚରାଉଚରା କରି ଅନେକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସଂଗ୍ରହ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଖୁଲାସା କରିଛି ଯେ, କେବଳ ସଲମାନ ନୁହନ୍ତି, ଅନ୍ୟ ୨କଳାକାର ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି।

ମୁମ୍ବାଇ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ ରାଜସ୍ଥାନରୁ ଗିରଫ ହୋଇଥିବା ଅଭିଯୁକ୍ତ ମହମ୍ମଦ ରଫିକ୍ ଚୌଧୁରୀ ଅଭିନେତା ସଲମାନ ଖାନଙ୍କ ଘର ଏବଂ ବଲିଉଡର ଅନ୍ୟ ଦୁଇ କଳାକାରଙ୍କ ଘର ରେକି କରିିଥିବା କହିଛି। ହେଲେ ୨କଳାକାରଙ୍କ ନାମ ସେ ଜଣାଇନାହିଁ।

ଅଭିଯୁକ୍ତର ଏଭଳି ଖୁଲାସା ପରେ ସେହି ୨କଳାକାର କିଏ, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଚୌଧୁରୀ ଦୁଇ ସୁଟର ସାଗର ପାଲ ଏବଂ ଭିକି ଗୁପ୍ତାଙ୍କୁ ଟଙ୍କା ପ୍ରଦାନ କରିବା ସହ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତାଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟର ରେକି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେକି ପରେ ଏପ୍ରିଲ ୧୪ ତାରିଖରେ ଦୁଇ ବାଇକ୍‌ ଆରୋହୀ ଅଭିଯୁକ୍ତ ବଲିଉଡ ଅଭିନେତାଙ୍କ ଘର ବାହାରେ ୪ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ ପରେ ତାଙ୍କୁ ଗିରଫ କରାଯାଇଥିଲା। ଗୁଳିକାଣ୍ଡ ସମୟରେ ସଲମାନ ଖାନ ତାଙ୍କ ଘରେ ଉପସ୍ଥିତ ଥିବା ବିଷୟରେ ପୁଲିସ ଜଣାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button