ନୂଆବର୍ଷରେ ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ – Kalinga News
[ad_1]
ମୁମ୍ବାଇ: ନୂଆବର୍ଷରେ ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ। ନୂଆବର୍ଷ ଅନେକଙ୍କ ପାଇଁ ଖୁସି ଆଣି ଆସିଥିବା ବେଳେ ରାକେଶଙ୍କ ପାଇଁ ଏହି ଦିନ ଭଲ ନଥିଲା। ଆର୍ମି ଅଫିସର ବୋଲି କହି ଠକମାନେ ତାଙ୍କଠାରୁ ଟଙ୍କା ଠକି ନେବା ପରେ ଏବେ ଅଭିନେତା ପୁଲିସ ଷ୍ଟେସନର ଚକ୍କର କାଟୁଥିବା ଜଣାପଡ଼ିଛି। ଓସିୱାରା ପୁଲିସ ଷ୍ଟେସନରେ ସେ ଅଭିଯୋଗ କରିଥିବା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧାରାବାହିକ ଓ ଫିଲ୍ମରେ କାମ କରିଥିବା ରାକେଶ ବେଦୀ କହିଛନ୍ତି ଯେ, ମୋତେ ଜଣେ ବ୍ୟକ୍ତି ଫୋନ କରି ନିଜକୁ ଆର୍ମି ଅଫିସର ବୋଲି କହିଥିଲେ। ଫୋନ କରି ସେ ପୁଣେରେ ଥିବା ମୋ ଫ୍ଲାଟ କିଣିବା ପାଇଁ ଇଚ୍ଛୁକ ଥିବା କହିଥିଲେ। କିଛି ସମୟ ସେ ମୋ ସହ କଥା ହେବା ପରେ ମୁଁ ତାଙ୍କ ଜାଲରେ ଫସିଯାଇଥିଲି। କଥା କଥାରେ ସେ ମୋଠୁ ସବୁ ବିବରଣୀ ନେଇ ମୋ ଆକାଉଣ୍ଟରୁ ୭୫ହଜାର ଟଙ୍କା ଉଠାଇ ନେଇଥିଲେ। ଏବେ ମୁଁ ପୁଲିସରେ ଅଭିଯୋଗ କରି ମୋ ଆକାଉଣ୍ଟ ବିବରଣୀ ଦେଇଛି। ଏହି ଠକମାନେ ରାତି ସମୟରେ ଫୋନ କରି ଟଙ୍କା ଲୁଟୁଛନ୍ତି, ଯାହା ଦ୍ବାରା ଲୋକେ ରାତିରେ ପୁଲିସ ଷ୍ଟେସନ ଯାଇପାରିବେ ନାହିଁ ବା ବିଳମ୍ବରେ ଯିବେ। ଏଭଳି ହେଲେ ସେମାନଙ୍କୁ ସମସ୍ତ ବିବରଣୀ ହଟାଇବାକୁ ସମୟ ମିଳିବ।
[ad_2]