ମନୋରଞ୍ଜନ

ନୟନତାରାଙ୍କ ଉପରେ ଲାଗିଲା ଭଗବାନ ରାମକୁ ଅସମ୍ମାନ କରିବାର ଆରୋପ – Kalinga News

[ad_1]

ନୂଆଦିଲ୍ଲୀ: ବିବାଦରେ ତାମିଲ ଚଳଚ୍ଚିତ୍ର ‘ଅନ୍ନପୁର୍ଣ୍ଣୀ’। ଫିଲ୍ମରେ ଭଗବାନ ରାମଙ୍କୁ ଅସମ୍ମାନ କରାଯାଇଥିବା ନେଇ ହେଲା ଅଭିଯୋଗ। ବିବାଦ ମଧ୍ୟରେ ନେଟଫ୍ଲିକ୍ସରୁ ହଟିଲା ଫିଲ୍ମ। ଫିଲ୍ମରେ ମୁଖ୍ୟ ଭୂମିକାରେ ନୟନତାରା କାମ କରିଥିବା ବେଳେ ‌ଏବେ ତାଙ୍କ ବିରୋଧରେ, ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକ ଓ ନେଟଫ୍ଲିକ୍ସ ଇଣ୍ଡିଆର କଣ୍ଟେଣ୍ଟ ହେଡ୍ ମୋନିକା ଶେରଗିଲଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ଜବଲପୁରରେ ଏତଲା ରୁଜୁ ହୋଇଥିବା ବେଳେ ଅଭିଯୋଗ ହୋଇଛି ଯେ, ଫିଲ୍ମରେ ପ୍ରଭୁ ରାମଙ୍କୁ ଅପମାନିତ କରାଯାଇଛି ଏବଂ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ଏହା ସହ ଫିଲ୍ମ ମାଧ୍ୟମରେ ‘ଲଭ୍ ଜିହାଦ୍’ କୁ ପ୍ରୋତ୍ସାହିତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ଏହି ଚଳଚ୍ଚିତ୍ରର କିଛି ଦୃଶ୍ୟକୁ ନେଇ ଅଧିକ ବିବାଦ ହେଉଥିବା ସାମ୍ନାକୁ ଆସିଛି। ଗୋଟିଏ ଦୃଶ୍ୟରେ ଦେଖାଯାଇଛି ଯେ, ମନ୍ଦିରର ପୁରୋହିତଙ୍କ ଝିଅ ଭୂମିକାରେ ଅଭିନୟ କରୁଥିବା ନୟନତାରା ବିରିୟାନି ତିଆରି କରିବା ପୂର୍ବରୁ ହିଜାବ ପିନ୍ଧି ନମାଜ ପଢ଼ୁଛନ୍ତି। ଅନ୍ୟ ଏକ ଦୃଶ୍ୟରେ ନୟନତାରାରଙ୍କ ବନ୍ଧୁ ତାଙ୍କୁ ମାଂସ କାଟିବାକୁ ଉତ୍ସାହିତ କରିବା ସହ ଦାବି କରୁଛନ୍ତି ଯେ ପ୍ରଭୁ ରାମ ଏବଂ ମାତା ସୀତା ମଧ୍ୟ ବନବାସ ସମୟରେ ମାଂସ ଖାଇଥିଲେ। ଏସବୁ ଦୃଶ୍ୟ ଦେଖି ଏବେ ହିନ୍ଦୁ ସେବା ପରିଷଦ ଏତଲା ରୁଜୁ କରିଛି।

ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​। ପରେ ଏହାର ଷ୍ଟ୍ରିମିଂ ଡିସେମ୍ବର ୨୯ରୁ ନେଟଫ୍ଲିକ୍ସରେ ଆରମ୍ଭ ହୋଇଥିଲା। ଓଟିଟିରେ ରିଲିଜ୍ ହେବାର ମାତ୍ର ଏକ ସପ୍ତାହ ପରେ, ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ହିନ୍ଦୁ ବିରୋଧୀ ବୋଲି ଲୋକମାନେ ଦାବିକରିଥିଲେ। ବିବାଦ ବଢ଼ିବା ଦେଖି ଏବେ ନେଟଫ୍ଲିକ୍ସ ଫିଲ୍ମକୁ ହଟାଇ ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button