ଅନେକ ମହିଳାଙ୍କୁ ଦୁଷ୍କର୍ମ କରି ଜେଲରେ ବନ୍ଦୀ ଥିବା ଜଲେବି ବାବାଙ୍କ ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ: ହରିଆଣାର ଫତେହବାଦରେ ରହୁଥିବା ଦୁଷ୍କର୍ମକାରୀ ଜଲେବି ବାବାଙ୍କ ମୃତ୍ୟୁ ହୋଇଯାଇଛି। ଗତ ଡିସେମ୍ବର ୫ ତାରିଖରେ ହରିଆଣା ଫତେବାଦ କୋର୍ଟ ଦୁଷ୍କର୍ମ ମାମଲାରେ ଜଲେବି ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ କେନ୍ଦ୍ରୀୟ ଜେଲ-୨ରେ ବନ୍ଦୀ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଗତମଙ୍ଗଳବାର ରାତିରେ ଜେଲରେ ଥିବା ବେଳେ ଜଲେବି ବାବା ଓରଫ ବିଲ୍ଲୁଙ୍କ ଛାତିରେ ଯନ୍ତ୍ରଣା ହେବା ସହିତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାବାଙ୍କୁ ଚିକିତ୍ସା ପାଇଁ ହିସାର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ଜଲେବି ବାବାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜାଦ ନଗର ଥାନା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଲେବି ବାବାଙ୍କ ବ୍ୟବଚ୍ଛେଦ ହୋଇଥିଲା। ଏଥିସହିତ ଏହାର ଭିଡିଓଗ୍ରାଫି ବି କରାଯାଇଥିଲା।
ଫତେହବାଦ ମହିଳା ଥାନା ଅଧିକାରୀ ବିମଳା ଦେବୀଙ୍କ ସୂଚନା ଅନୁସାରେ ଟୋହନା ଅଞ୍ଚଳରେ ଅଭିଯୁକ୍ତ ବାବା ବଲକନାଥ ନାମରେ ଏକ ମନ୍ଦିର ଖୋଲିଥିଲେ। ଏହି ମନ୍ଦିରରେ ମହିଳାଙ୍କ ବିଭିନ୍ନ ରୋଗ ଦୂର କରିବାକୁ ସେ ଘୋଷଣା କରିଥିଲେ। ରୋଗ ଭଲ କରିବାକୁ ଆସୁଥିବା ମହିଳାଙ୍କୁ ସେ ନିଶାମିଶା ଚା’ ପିଇବାକୁ ଦେଇ ଦୁଷ୍କର୍ମ କରୁଥିଲେ।
୨୦୧୮ରେ ଜଣେ ମହିଳାଙ୍କ ସହ ଜଲେବି ବାପାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓକୁ ଆଧାର ପୁଲିସ ଫତେହବାଦର ଶକ୍ତିନଗର ଅଞ୍ଚଳରେ ଥିବା ତାଙ୍କ ଆଶ୍ରମ ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ବାବାଙ୍କ ଫୋନରୁ ୧୨୦ଜଣ ମହିଳାଙ୍କ ସହ ତାଙ୍କର ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ପାଇଥିଲା। ଏଥିସହ ଆଶ୍ରମରୁ ୩୦ଟି ଅଶ୍ଳୀଳ ସିଡି ଜବତ କରିଥିଲା ପୁଲିସ।
[ad_2]