ବିତର୍କ ପାଇଁ ପ୍ରିୟଙ୍କା ଗାନ୍ଧିଙ୍କୁ ଆହ୍ବାନ କଲେ ସ୍ମୃ୍ତି ଇରାନୀ – Kalinga News

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗତକାଲି ଦାବି କରିଥିବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଏହାର କଡ଼ା ଜବାବ ଦେଇଛନ୍ତି। ସ୍ମୃତି ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ବିତର୍କ ପାଇଁ ଆହ୍ବାନ କରିଛନ୍ତି ଏବଂ ସେମାନଙ୍କ ପସନ୍ଦରେ ଯେକୌଣସି ଟିଭି ଚ୍ୟାନେଲ, ଆଙ୍କର , ସ୍ଥାନ, ସମୟ ଏବଂ ପ୍ରସଙ୍ଗ ବାଛିବାପାଇଁ କହିଛନ୍ତି। ସ୍ମୃତି କହିଛନ୍ତି, ମୁଁ ଉଭୟ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ସେମାନେ ବିଜେପି ସହ ବିତର୍କ କରିବାପାଇଁ ଯେକୌଣସି ଚ୍ୟାନେଲ, ଯେକୌଣସି ଆଙ୍କର, ସ୍ଥାନ, ସମୟ ଏବଂ ପ୍ରସଙ୍ଗ ବାଛନ୍ତୁ। ଗୋଟିଏ ପାର୍ଶ୍ବରେ ସେମାନେ ଭାଇ –ଭଉଣୀ ରହିବେ ଏବଂ ଅନ୍ୟ ପାର୍ଶ୍ବରେ ବିଜେପିର ଜଣେ ମୁଖପାତ୍ର ରହିବେଣ। ସ୍ମୃତି କହିଛନ୍ତି, ଆମ ଦଳ ପକ୍ଷରୁ ସୁଧାଂଶୁ ତ୍ରିବେଦୀ ଯଥେଷ୍ଟ। ସେମାନେ ଉତ୍ତର ପାଇଯିବେ ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଉଭୟ ଆମେଥି ଏବଂ ରାଏବରେଲି ଆସନ ଏବେ ଫୋକସରେ ରହିଛି। କାରଣ ରାଏବରେଲି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଥିବାବେଳେ ଆମେଥିରେ ଦଳ କିଶୋରୀ ଲାଲ୍ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ଆମେଥି ଆସନର ନିର୍ବାଚନ ଫଳ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରା ଉକ୍ତ ୨ଟି ଆସନରେ ସର୍ବଦା ସକ୍ରିୟ ରହନ୍ତି। ପ୍ରିୟଙ୍କା ଗତ ସୋମବାରଠାରୁ ରାଏବରେଲିରେ ରହିଛନ୍ତି ଏବଂ ପ୍ରଚାର କାର୍ଯ୍ୟ ପରିଚାଳନା କରୁଛନ୍ତି। କଂଗ୍ରେସ ପାଇଁ ଉଭୟ ଆମେଥି ଏବଂ ରାଏବରେଲି ଆସନ ଗୁରୁତ୍ବପୂର୍ଣ୍ଣ । ୨ଟି ଯାକ ଆସନରେ କଂଗ୍ରେସ ଜିତିବାପାଇଁ ଲକ୍ଷ୍ୟ ରଖିଛି। କିନ୍ତୁ ଆମେଥି ଆସନରେ ସ୍ମୃତିଙ୍କର ବିଜୟ ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।
[ad_2]