ଅପରାଧ

ଗୁଜରାଟ ଉପକୂଳରୁ ୬୨୦ କୋଟିର ଡ୍ରଗ୍ସ ଜବତ: ୧୪ ପାକିସ୍ତାନୀ ନାଗରିକ ଗିରଫ – Kalinga News

[ad_1]

ଅହମଦାବାଦ: ଗୁଜାରାଟ ଉପକୂଳରୁ ଏଟିଏସ୍ ଓ ଏନ୍‌ସିବି ଏକ ସ୍ବତନ୍ତ ଅପରେସନରେ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି। ଏହି ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ ହୋଇଛନ୍ତି। ଭାରତୀୟ ସମୁଦ୍ର ସୀମାରେ ଏହି ଅପରେସନ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ଆଜି ସକାଳେ ଏହା ଶେଷ ହୋଇଛି। ରବିବାର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମିଳିତ ଅପରେସନ୍ କରି ଡ୍ରଗ୍ସ ଚାଲାଣ କରୁଥିବା ବୋଟ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହି ବୋଟ୍‌ରେ ଥିବା ୧୪ ଜଣ ପାକିସ୍ତାନୀ ନାଗରିକ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଟିଏସ୍‌ ସେମାନଙ୍କ ପ୍ରୟାସକୁ ପଣ୍ଡ କରିଦେଇଥିଲା।

ଗିରଫ ପାକିସ୍ତାନୀ ନାଗରିକମାନଙ୍କ ନିକଟରୁ ୮୬ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୬୨୦ କୋଟି ଟଙ୍କାରୁ ଅଧିକ।। ଅପରେସନ ସମୟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରକୁ ସେମାନଙ୍କ ବୋଟ୍‌ ମଧ୍ୟ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଟିଏସ୍‌ ଏହାର ଜବାବରେ ଗୁଳିମାଡ଼ କରିବାରୁ ସେମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ। ଅନ୍ତର୍ଜାତୀୟ ସମୁଦ୍ର ସୀମା ନିକଟରେ ଭାରତୀୟ ଜଳସୀମା ମଧ୍ୟରେ ଗତ ଦୁଇ ଦିନ ହେବ ସୁରକ୍ଷା ଏଜେନ୍ସିମାନେ ସର୍ଚ୍ଚ ଅପରେସନ ଚଳାଇଥିଲେ। ନିକଟରେ ଗୁଜରାଟ ଏବଂ ରାଜସ୍ଥାନରେ ‘ମିଓ ମିଓ’ ନାମରେ ଜଣାଶୁଣା ନିଷିଦ୍ଧ ଡ୍ରଗ୍ ମେଫେଡ୍ରୋନ୍ ଉତ୍ପାଦନ କରୁଥିବା ୩ଟି ଲ୍ୟାବ୍‌କୁ ଏନ୍‌ସିବି ଠାବ କରିବା ସହ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button