ଖେଳ ଖବର

ତୀରନ୍ଦାଜି ବିଶ୍ବକପ୍‌: ଭାରତକୁ ରିକର୍ଭ ସ୍ବର୍ଣ୍ଣ – Kalinga News

[ad_1]

ସାଙ୍ଘାଇ: ଧୀରାଜ ବୋମ୍ମାଦେବରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ଭାରତୀୟ ରିକର୍ଭ ଦଳ ତୀରନ୍ଦାଜି ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛି। ରବିବାର ଫାଇନାଲ୍‌ରେ ଏହି ଦଳ ୫-୧ (୫୭-୫୭, ୫୭-୫୫, ୫୫-୫୩)ରେ ଅଲିମ୍ପିକ୍ସ ବିଜେତା ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଏହି ବିଜୟ ସହ ୧୪ ବର୍ଷର ସ୍ବର୍ଣ୍ଣ ମରୁଡ଼ିର ଅବସାନ ଘଟାଇଛି ଭାରତ। ୪ ବର୍ଷ ତଳେ ଜାପାନକୁ ହରାଇ ସ୍ବର୍ଣ୍ଣ ଜିତିଥିବା ଦଳରେ ୪୦ ବର୍ଷୀୟ ତରୁଣଦୀପ ରହିଥିଲେ। ଫଳରେ ତରୁଣଦୀପ ଦ୍ବିତୀୟ ଥର ଏହି ସଫଳତା ପାଇବାର ଗୌରବ ପାଇଛନ୍ତି। ଏଥିସହ ଭାରତ ପ୍ୟାରିସ୍‌ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନର ନିକଟତର ହୋଇଛି। ସଂପ୍ରତି ଭାରତ (୨୩୧ ପଏଣ୍ଟ୍‌) ବିଶ୍ବମାନ୍ୟତାରେ ଦକ୍ଷିଣ କୋରିଆ (୩୪୦) ଓ ଚୀନ୍‌ (୨୪୧) ପଛକୁ ତୃତୀୟ ସ୍ଥାନରେ ରହିଛି। ଶୀର୍ଷ ଦୁଇ ଦଳ ଫାଇନାଲ୍‌ରେ ପ୍ରବେଶର ନିୟମ ରହିଛି। ମହିଳା ବ୍ୟକ୍ତିଗତ ବର୍ଗରେ ଦୀପିକା କୁମାରୀ ରୌପ୍ୟ ଜିତିଥିଲା ବେଳେ ଅଲିମ୍ପିକ୍‌ ଟିକେଟ୍‌ କରାୟତ୍ତ କରିସାରିଥିବା ଧୀରାଜ ଓ ତାଙ୍କ ସାଥୀ ଅଙ୍କିତା ଭକତ ମିଶ୍ରିତ ଯୁଗଳରେ କାଂସ୍ୟ ପାଇଛନ୍ତି। ଫାଇନାଲ୍‌ରେ ଦୀପିକା ୦-୬ରେ ବିଶ୍ବ ଓ ଏସୀୟ ବିଜୟିନୀ କୋରିଆର ଲିମ୍‌ ସିହିଓନ୍‌ଙ୍କଠୁ ହାରିଯାଇଥିଲେ। ଭାରତ ଏହି ପ୍ରତିଯୋଗିତାରେ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ମୋଟ ୮ ପଦକ ଜିତି ଅଲିମ୍ପିକ୍ସ ପୂର୍ବରୁ ମନୋବଳ ଦୃଢ଼ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button