ବିଜେପି-ଆପ୍ ପୋଷ୍ଟର ଯୁଦ୍ଧ: ‘ରାବଡ଼ି ଦେବୀ’ ବନାମ ‘ଆଇ ଲଭ୍ କେଜ୍ରିୱାଲ’ – Kalinga News
[ad_1]
ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ଓ ଆପ୍ ମଧ୍ୟରେ ଜୋରଦାର ପୋଷ୍ଟର୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍ରେ ଥିବା ବେଳେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଗତକାଲି ଦିଲ୍ଲୀରେ ପ୍ରଥମ ରୋଡ୍ ସୋ କରିଛନ୍ତି। ସୁନୀତା ଏବେ ଦଳର ଷ୍ଟାର୍ କ୍ୟାମ୍ପେନର୍ ହୋଇଥିବା ବେଳେ ମେ’ ୨୫ରେ ଦିଲ୍ଲୀରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଚାର ସରଗରମ ହୋଇଛି। ବିଜେପି ସୁନୀତା କେଜ୍ରିୱାଲଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି, ଯେଉଁଥିରେ ଲେଖାଅଛି ‘ଦିଲ୍ଲୀ କି ରାବଡ଼ି ଦେବୀ ସୁନୀତା କେଜ୍ରିୱାଲ’। ଆପ୍ ଏହାର ଜବାବରେ ‘ଆଇ ଲଭ୍ କେଜ୍ରିୱାଲ’ ପୋଷ୍ଟର ଲଗାଇଛି। ବିଭିନ୍ନ ସ୍ଥାନରେ କେଜ୍ରିୱାଲଙ୍କ ସମର୍ଥକମାନେ ‘ଆଇ ଲଭ୍ କେଜ୍ରିୱାଲ’ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଗତକାଲି ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସମର୍ଥନରେ ସୁନୀତା ପୂର୍ବ ଦିଲ୍ଲୀରେ ରୋଡ୍ ସୋ କରିବା ପରେ ଆପ୍ ସମର୍ଥକ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବ ଦିଲ୍ଲୀରେ ‘ଦିଲ୍ଲୀ କି ରାବଡ଼ି ଦେବୀ ଶ୍ରୀମତୀ ସୁନୀତା କେଜ୍ରିୱାଲ’ ପୋଷ୍ଟର ଚର୍ଚ୍ଚାରେ ରହିଥିବା ବେଳେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେଦ ସିଭିଲ ଲାଇନ୍ସରେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନିକଟରେ ଏକ ଫ୍ଲେକ୍ସ ବୋର୍ଡ ଲଗାଇଛନ୍ତି। ଏଥିରେ ଲେଖାଅଛି ‘ଶୀଷ ମହଲ- ଭ୍ରଷ୍ଟାଚାର କା ଆଡ୍ଡା, ମୁଖ୍ୟମନ୍ତ୍ରୀ ନିବାସ’ (ଶୀଶ ମହଲ – ଦୁର୍ନୀତିର କେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କ ବାସଭବନ)। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହେବାପରେ ବିଜେପି ଏହାକୁ ଶୀଷ ମହଲ କହି ସମାଲୋଚନା କରିଆସୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ଦିଲ୍ଲୀରେ ଆଜି ବିଭିନ୍ନ ସ୍ଥାନରେ ‘ଆଇ ଲଭ୍ କେଜ୍ରିୱାଲ ଅଙ୍କଲ’ ଲେଖାଥିବା ପୋଷ୍ଟର ସହିତ ଆପ୍ର ଯୁବ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆପ୍ ଜାତୀୟ ରାଜଧାନୀରେ ପ୍ରଚାର ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରି ମୋଦୀ ସରକାରକୁ ଟାର୍ଗେଟ୍ କରୁଥିବା ବେଳେ କେଜ୍ରିୱାଲ ହିଁ ଦିଲ୍ଲୀ ମଦ ଦୁର୍ନୀତିର କିଙ୍ଗପିନ୍ ବୋଲି କହି ବିଜେପି ପ୍ରଚାର ଚଳାଇଛି। ଅରବିନ୍ଦ କେଜ୍ରିଵାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ରେ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ସେ ଏପ୍ରିଲ ପହିଲାରୁ ତିହାର ଜେଲରେ ଅଛନ୍ତି ଏବଂ ମେ ୭ ପର୍ଯ୍ୟନ୍ତ ବିଚାରବିଭାଗୀୟ ହେପାଜତରେ ରହିବେ। ୭ଟି ଲୋକସଭା ଆସନ ଥିବା ଦିଲ୍ଲୀରେ ମେ ୨୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।
[ad_2]