ଅପରାଧ

‌ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧଙ୍କ ଜୀବନ ନେଲା ଭାଇରାଲ ଭିଡିଓ – Kalinga News

[ad_1]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ପୋଷ୍ଟ ହୋଇଥ‌ାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହାକି ରାତାରାତି ଭାଇରାଲ ହୋଇଯାଇଥାଏ। ଏହାପରେ ଭିଡିଓରେ ଥିବା ବ୍ୟକ୍ତି ଜଣକ ଷ୍ଟାର ପାଲଟି ଯାଇଥାଆନ୍ତି। କିନ୍ତୁ ରାଜସ୍ଥାନରୁ ସାମ୍ନାକୁ ଆସିଥିବା ଏକ ଭିଡିଓ ଭାଇରାଲ ହେବାପରେ ଜଣେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ମୃତ ବୃଦ୍ଧ ବ୍ୟକ୍ତି ଜଣକ ନିୟମିତ ଅଳିଆ ଗଦାରୁ ପ୍ଲାଷ୍ଟିକ୍ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରନ୍ତି।

ଅଭିଯୋଗ ହୋଇଛି କି, ଏକଦା ଲୋହୱତ ଗାଁର କିଛି ଯୁବକ ଉକ୍ତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧଙ୍କୁ ପରିହାସ କରି ତାଙ୍କର ଭିଡିଓ କରିଥିଲେ। ଏହି ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାହା ଭାଇରାଲ ହୋଇଯାଇଥିଲା।

ଭିଡିଓ ଭାଇରାଲ ହେବା ପରେ ରାସ୍ତାରେ ବୃଦ୍ଧଙ୍କୁ ଯିଏ ଦେଖିଥିଲେ ଥଟ୍ଟା ପରିହାସ କରିବା ଆରମ୍ଭ କରି ଦେଇଥିଲେ। ପ୍ରଥମେ ପ୍ରଥମେ ବୃଦ୍ଧ ଏହାକୁ ଅଣଦେଖା କରୁଥିଲେ। କିନ୍ତୁ ବାରମ୍ବାର ତାଙ୍କ ସହିତ ଏପରି ଘଟଣା ଘଟିବାରୁ ସେ ଆଉ ସହି ପାରି ନଥିଲେ। ବାଧ୍ୟ ହୋଇ ଜୀବନ ହାରିବାର ନିଷ୍ପତ୍ତି ନେଇ ଫାଶୀ ‌ଦେଇ ଦେଇଛନ୍ତି।

 

ରାଜପଥ ନିକଟସ୍ଥ ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।

ଏଥିସହିତ ଭିଡିଓ କରିଥିବା ଯୁବକମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଯାଞ୍ଚରେ ଯୁବକମାନେ ଯଦି ଦୋଷୀ ସାବ୍ୟସ୍ତ ହେବେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି ପୁଲିସ ସୂତ୍ରରୁ ପ୍ରକାଶ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button