ଦାଉଦର ସହଯୋଗୀ କହି ରାମ ମନ୍ଦିରକୁ ଉଡ଼ାଇବାକୁ ଧମକ ଦେଇଥିବା ଯୁବକ ଗିରଫ – Kalinga News

[ad_1]
ନୂଆଦିଲ୍ଲୀ: ଦାଉଦର ସହଯୋଗୀ କହି ରାମ ମନ୍ଦିରକୁ ଉଡ଼ାଇବାକୁ ଧମକ ଦେଇଥିଲେ ଯୁବକ। ଗିରଫ ଗଲା ପୁଲିସ। ବିହାରର ଆରାରିଆ ଜିଲ୍ଲାର ଜଣେ ୨୧ବର୍ଷୀୟ ଯୁବକ ନିଜକୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀ ବୋଲି କହି ଜାନୁଆରି ୨୨ରେ ଅଯୋଧ୍ୟାର ରାମ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଏଭଳି ଧମକ ଦେବା ପରେ ତାଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାମ ଇତେଖାବ ଆଲମ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଇତେଖାବକୁ ତା’ ଘରୁ ଗିରଫ କରାଯାଇଥିବା ବେଳେ ତା’ର ମାନସିକ ଅବସ୍ଥା ଭଲ ନଥିବା କହିଛି ପୁଲିସ। ମିଳିଥିବା ସୂଚନା ମୁତାବକ, ଜାନୁଆରି ୧୯ରେ ନାଗରିକଙ୍କ ପାଇଁ ଥିବା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨କୁ ଫୋନ କରି ଆଲମ ପୁଲିସକୁ କହିଥିଲେ ଯେ, “ମୋ ନାମ ଛୋଟା ଶକିଲ୍। ମୁଁ ଦାଉଦ ଇବ୍ରାହିମର ସହଯୋଗୀ। ମୁଁ ଜାନୁଆରି ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଦିନ ରାମ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବି।”
ଏବେ ତାକୁ ଗିରଫ କରାଯାଇଥିବା ବେଳେ ପୂର୍ବରୁ ତାଙ୍କର କୌଣସି ଅପରାଧିକ ରେକର୍ଡ ନଥିବା କହିଛି ପୁଲିସ। ଏହା ସହ ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ ବୋଲି ମଧ୍ୟ ପୁଲିସ ଜଣାଇଛି।
[ad_2]




