ଅପରାଧ

ମନା କରିବା ସତ୍ତ୍ବେ ଉମେଶ ପାଲ ହତ୍ୟା ଘଟଣାରେ ଭାଇକୁ ବାପା ଜୋରଜବରଦସ୍ତ କରିଥିଲେ ସାମିଲ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରୟାଗରାଜର ଚର୍ଚ୍ଚିତ ଉମେଶ ପାଲ ଏବଂ ଦୁଇ ସରକାରୀ ବନ୍ଧୁକଧାରୀଙ୍କ ଗୁଳି ବିନିମୟ ମାମଲାକୁ ନେଇ ମାଫିଆ ଅତିକ ଅହମ୍ମଦଙ୍କ ଦ୍ୱିତୀୟ ପୁଅ ଅଲି ଅହମ୍ମଦ ଚାଞ୍ଚଲ୍ୟକର ବିବୃତି ଦେଇଛନ୍ତି। ଏହି ବିବୃତିକୁ ପୁଲିସ ରେକର୍ଡ କରିଛି।

ଅଲି ଅହମ୍ମଦ ପୁଲିସକୁ କହିଛନ୍ତି,‘ମୁଁ ବାରମ୍ବାର ମନା କରିବା ସତ୍ତ୍ବେ ଅତିକ ଅହମ୍ମଦ ତାଙ୍କ ତୃତୀୟ ପୁଅ ଅସଦଙ୍କୁ ଉମେଶ ପାଲଙ୍କୁ ହତ୍ୟା କରିବା ଘଟଣାରେ ଜଡିତ କରିଥିଲେ। କିନ୍ତୁ ମୋ ସାନ ଭାଇ ଅସଦ ଅହମ୍ମଦ ଏହି ଅପରାଧରେ ସାମିଲ ହେଉ ବୋଲି ମୁଁ ଆଦୌ ଚାହୁଁ ନଥିଲି। ବାପା ସବୁବେଳେ କହୁଥିଲେ ତାଙ୍କର ୫ଜଣ ପୁଅ ସିଂହ। ସେ ୫ଜଣଙ୍କୁ ନିର୍ଭୟ ଓ ହିଂସ୍ର କରିବାକୁ ସବୁବେଳେ ଚେଷ୍ଟା କରୁଥ‌ିଲେ।

ପ୍ରୟାଗରାଜରେ ଉମେଶ ପାଲଙ୍କୁ ତାଙ୍କ ଘର ବାହାରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଅସଦ ହିଁ ଗୁଳି କରିଥିଲା। ଏହାପୂର୍ବରୁ ଉମେଶ ପାଲଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଦୁଇଥର ବିଫଳ ହୋଇଥିଲା। ଏହାପୂର୍ବରୁ ସହରର ଧୋବି ଘାଟ ଛକ ନିକଟରେ ଉଭୟ ସରକାରୀ ବନ୍ଧୁକଧାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ସ୍ପ୍ରେ କରି ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଏହାପରେ ଜିଲ୍ଲା କୋର୍ଟ ବାହାରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ଦୁଇ ଉଦ୍ୟମ ବୃଥା ହୋଇଯାଇଥିଲା।

ଉମେଶ ପାଲ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ମୋର ଦାଦା ଯୋଗାଡ଼ କରିଥିଲେ। ଦାଦା ଅସରଫ ବରେଲି ଜେଲରେ ଥାଇ ଏହି ଷଡଯନ୍ତ୍ରରେ ସାମିଲ ହୋଇଥିଲେ। ଏହି ଘଟଣାର ୫୦ଦିନ ପରେ ଅସଦ ଝାନସୀ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button