ବିମାନବନ୍ଦରରେ କଙ୍ଗନାଙ୍କୁ ଚାପୁଡ଼ା ମାରିଲେ କନେଷ୍ଟବଳ – Kalinga News

[ad_1]
ନୂଆଦିଲ୍ଲୀ: ନବ ନିର୍ବାଚିତ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ଚାପୁଡ଼ା ଖାଇଛନ୍ତି। ଚଣ୍ଡିଗଡ଼ ବିମାନବନ୍ଦରରେ ଆଜି ଜଣେ ସିଆଇଏସ୍ଏଫ୍ କନେଷ୍ଟବଳ ତାଙ୍କୁ ଚାପୁଡ଼ା ମାରିଛନ୍ତି। କଙ୍ଗନା ବୋର୍ଡିଂ ପାଇଁ ଯାଉଥିବାବେଳେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛ। କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ୍ କନେଷ୍ଟବଳଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ କୁଲୱିନ୍ଦର କୌର। କଙ୍ଗନାଙ୍କୁ ଚାପୁଡ଼ା ମାରିବାପରେ ସିଆଇଏସଏଫ୍ କନେଷ୍ଟବଳ କହିଛନ୍ତି, ଏହା କୃଷକଙ୍କୁ ଅସମ୍ମାନ କରିଥିବା କାରଣ ପାଇଁ। ଏକ୍ସରେ ଏକ ପୋଷ୍ଟ୍ କରି କଙ୍ଗନା କହିଛନ୍ତି, ମୁଁ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି। ସିକ୍ୟୁରିଟି ଚେକ୍ ସମୟରେ ହଠାତ ଜଣେ ମହିଳା ସୁରକ୍ଷାକର୍ମୀ ଆସି ମତେ ଚାପୁଡ଼ା ମାରିଲେ ଏବଂ ଗାଳିଗୁଲଜ କଲେ। ମୁଁ ସୁରକ୍ଷିତ ଅଛି କିନ୍ତୁ ପଂଜାବରେ ଆତଙ୍କବାଦ ବଢ଼ିବା କାରଣ ପାଇଁ ମୁଁ ଚିନ୍ତିତ।

Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷେ ସିଆଇଏସଏଫ କନେଷ୍ଟବଳ କହିଛନ୍ତି, କୃଷକ ଆନ୍ଦୋଳନ ପ୍ରସଙ୍ଗରେ କଙ୍ଗନା ଦେଇଥିବା ୧୦୦ ଟଙ୍କିଆ ଟିପ୍ପଣୀ ପାଇଁ ସେ ତୀବ୍ର ଅସନ୍ତୁଷ୍ଟ। କୃଷକମାନେ ୧୦୦ ଟଙ୍କା ପାଇଁ ସେଠାରେ ବସିଛନ୍ତି ବୋଲି କଙ୍ଗନା କହିଥିବାରୁ ସେ ତାଙ୍କୁ ଚାପୁଡ଼ା ମାରିଛନ୍ତି। େସ କହିଲେ ଯେ ତାଙ୍କ ମାଆ ମଧ୍ୟ ଏହି ଅନ୍ଦୋଳନରେ ସାମିଲ ହୋଇ ଧାରଣାେର ବସିଥିଲେ। ଆନ୍ଦୋଳନକାରୀ ଚାଷୀମାନଙ୍କ ପ୍ରତି କଙ୍ଗନାଙ୍କ ଆପତ୍ତିଜନକ ମନ୍ତବ୍ୟ ତାଙ୍କୁ ବାଧିଥିଲା। ଏହି ଘଟଣା ପରେ ସଂପୃକ୍ତ କନଷ୍ଟବଳଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ େହବ ବୋଲି କହିଛନ୍ତି।
[ad_2]