ଅପରାଧ

ଷ୍ଟଣ୍ଟ ଦେଖାଇବା ପରେ ସ୍ପାଇଡରମ୍ୟାନ ଓ ଓମ୍ୟାନ ବିରୋଧ‌ରେ ପୁଲିସ ରୁଜୁ କଲା ମାମଲା – Kalinga News

[ad_1]

ନୂଆଦିଲ୍ଲୀ: ଗତଦୁଇଦିନ ହେବ ଯୁବକ ଓ ଯୁବତୀ ସ୍ପାଇଡରମ୍ୟାନ ଓ ସ୍ପାଇଡରଓମ୍ୟାନ ଭଳି ପୋଷାକ ପିନ୍ଧି ଷ୍ଟଣ୍ଟ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦୁହେଁ ହେଲମେଟ ନ ପିନ୍ଧି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

ଭାଇରାଲ ଭିଡିଓ ପୁଲିସ ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ପାଇଡରମ୍ୟାନ ଓ ଓମ୍ୟାନଙ୍କ ଠିକଣାରେ ପହଞ୍ଚି ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ,ଦିଲ୍ଲୀର ନଜଫଗଡ ଅଞ୍ଚଳରେ ରହୁଥିବା ଆଦିତ୍ୟ(୨୦) ଓ ଅଞ୍ଜଳି(୧୯) ସ୍ପାଇଡରମ୍ୟାନ ଓ ସ୍ପାଇଡରଓମ୍ୟାନ ଭଳି ପୋଷାକ ପରିଧାନ କରି ରାସ୍ତାରେ ବୁଲିଥାଆନ୍ତି। ଏହି ସମୟର ଭିଡିଓକୁ ଉଭୟ ରେକର୍ଡ ବି କରିଥାଆନ୍ତି। ନିକଟରେ ଆଦିତ୍ୟ ଓ ଅଞ୍ଜଳି ସ୍ପାଇଡରମ୍ୟାନ ଓ ଓମ୍ୟାନ ପୋଷାକ ପିନ୍ଧି ଷ୍ଟଣ୍ଟ ଦେଖାଇଥିଲେ। ଏହାର ଭିଡିଓକୁ ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

 

ଏହି ପୋଷ୍ଟ ଦୁହିଁଙ୍କୁ ମହଙ୍ଗା ପଡ଼ିଯାଇଛି। କାରଣ ସେମାନେ ଏହି ଷ୍ଟଣ୍ଟ କରୁଥିବା ବେଳେ ହେଲମେଟ ପିନ୍ଧି ନଥିଲେ। ଏଥିସହିତ ଯେଉଁ ବାଇକର ବ୍ୟବହାର କରିଥିଲେ ସେଥିରେ ନମ୍ବର ପ୍ଲେଟ କି ଦର୍ପଣ ବି ନଥିଲା। କେବଳ ଏତିକି ନୁହେଁ  ଆଦିତ୍ୟ ଓ ଅଞ୍ଜଳିଙ୍କ ଡ୍ରାଇଭଂ ଲାଇସେନ୍ସ ବି ନଥିଲା। ଏସବୁକୁ ଆଧାର କରି ପୁଲିସ ମୋଟର ଯାନ ଆଇନ ଅନୁଯାୟୀ ଦୁହିଁଙ୍କ ବିରୋଧ‌ରେ ବିଭିନ୍ନ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button