ଆଇପିଏଲ : ପଞ୍ଜାବ କିଙ୍ଗସ ଆଗରେ ୨୬୨ ରନର ଲକ୍ଷ୍ୟ ରଖିଲା କୋଲକାତା ନାଇଟରାଇଡର୍ସ – Kalinga News
[ad_1]
କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ-୨୦୨୪ର ୪୨ମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୨୬୨ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟରାଇଡର୍ସ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ପକ୍ଷରୁ ଦୁଇ ଓପନର ଫିଲିପ ସଲ୍ଟ ଓ ସୁନୀଲ ନାରାୟଣ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଏକ ବଡ଼ ପାର୍ଟନରସିପ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୩୮ ରନ କରିଥିଲେ । ସଲ୍ଟ ୭୫ ରନ କରିଥିବାବେଳେ ନାରାୟଣ ୭୧ ରନ କରିଥିଲେ । ଭେଙ୍କଟେଶ ଆୟର ୩୯ ରନ କରିଥିବାବେଳେ ଆନ୍ଦ୍ରେ ରସେଲ୍ ୨୪ରନ ଓ ଶ୍ରେୟସ ଆୟର ୨୮ ରନ କରିଥିଲେ । ରିଙ୍କୁ ସିଂ ୫ ରନ କରିଥିଲେ । କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୬୧ ରନ କରିଥିଲା । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୨ଟି ଓ୍ବିକେଟ୍ ନେଇଥିବାବେଳେ ସାମ କୁରାନ, ହର୍ଷଲ ପଟେଲ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]