ବିବାହରେ ପିନ୍ଧିଥିବା ପୋଷାକକୁ କାଟି ନୂଆ ରୂପ ଦେଲେ ସାମନ୍ଥା – Kalinga News

[ad_1]
ମୁମ୍ବାଇ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ ବର୍ତ୍ତମାନ ବଲିଉଡରେ ପ୍ରବେଶ କରିସାରିଛନ୍ତି। ପେସାଦାର ଜୀବନରେ ସଫଳ ହୋଇସାରିଥିବା ସାମନ୍ଥା ନିଜ ବ୍ୟକ୍ତିଗତ ଜୀବନରେ ଏବେ ବି ଖୁସି ଖୋଜୁଥିବା ଦେଖାଯାଇଛି। ଅଭିନେତ୍ରୀ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି | ୨୦୧୭ମସିହାରେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ ସାମନ୍ଥା। ପରସ୍ପରକୁ ଡେଟ କରିବା ପରେ ସାମନ୍ଥା ଏବଂ ନାଗା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ରହିପାରିନଥିଲା। ଚାରି ବର୍ଷ ମଧ୍ୟରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ଦୁହେଁ ଅଲଗା ହୋଇ ନିଜ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ସାମନ୍ଥା ନିଜ କାମରେ ବ୍ୟସ୍ତ ଥିବାବେଳେ ନାଗା, ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ବିଦେଶ ବୁଲୁଛନ୍ତି। ଶୋଭିତାଙ୍କୁ ନାଗା ଡେଟ୍ କରୁଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏପର୍ଯ୍ୟନ୍ତ ଦୁହେଁ ଏନେଇ ପ୍ରତିକ୍ରିୟା ରଖିନାହାନ୍ତି। ତେବେ ପ୍ରେମିକାଙ୍କ ସହ ପୂର୍ବତନ ସ୍ବାମୀ ବୁଲିବାକୁ ଯାଇଥିବାର ଫଟୋ ଭାଇରାଲ ହେବା ପରେ ବିବାହରେ ପିନ୍ଧିଥିବା ପୋଷାକକୁ କାଟି ସାମନ୍ଥା ନୂଆ ରୂପ ଦେଇଥିବା ଦେଖାଯାଇଛି।
ବିବାହରେ ସାମନ୍ଥା ଧଳା ରଙ୍ଗର ଗାଉନ୍ ପିନ୍ଧିଥିବା ବେଳେ ଏବେ ଏହାର ରଙ୍ଗ କଳା କରି ପୋଷାକର ଡିଜାଇନ୍ ବଦଳାଇଛନ୍ତି ଅଭିନେତ୍ରୀ, ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।
[ad_2]