ଡିଏନଏ ପରୀକ୍ଷାକୁ ନେଇ କରାଯାଉଥିବା ଦାବି ଘଟଣାରେ କୋର୍ଟ ରବି କିଶନଙ୍କୁ ଦେଲେ ବଡ଼ ଆଶ୍ବସ୍ତି – Kalinga News
[ad_1]
ନୂଆଦିଲ୍ଲୀ: ଭୋଜପୁରୀ ଓ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ମୁମ୍ବାଇ କୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ନିଜକୁ ରବି କିଶନଙ୍କ ଝିଅ କହୁଥିବା ୨୫ବର୍ଷୀୟ ଶିନୋଭା କିଛିଦିନ ତଳେ ଅଭିନେତାଙ୍କ ନିକଟରେ ଡିଏନଏ ପରୀକ୍ଷାର ଦାବି କରିଥିଲେ। ଶୁକ୍ରବାର ମୁମ୍ବାଇର ଦିଣ୍ଡୋସି ସେସନ କୋର୍ଟ ଶିନୋଭାଙ୍କ ଏହି ଆବେଦନକୁ ଖାରଜ କରି ରବି କିଶନଙ୍କୁ ଆଶ୍ବସ୍ତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିଛିଦିନ ତଳେ ଅପର୍ଣ୍ଣା ଠାକୁରଙ୍କ ଝିଅ ଶିନୋଭା ସୋସିଆଲ ମିଡ଼ିଆରେ ରବି କିଶନଙ୍କ ସହ ନିଜର ଛୋଟ ବେଳର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରି କହିଥିଲେ, “ସମ୍ମାନନୀୟ ଯୋଗୀଜୀ ଓ ମୋଦୀଜୀ। ମୋର ନାମ ଶିନୋଭା । ମୁଁ ଆପଣଙ୍କ ସାଂସଦ ରବି କିଶାନଙ୍କ ଝିଅ । ମୁଁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ମୋ ମା ଅପର୍ଣ୍ଣା ଠାକୁର ଏବଂ ମୋତେ କିଛି ସମୟ ଦିଅନ୍ତୁ । ସମସ୍ତ ପ୍ରମାଣ ସହିତ ମୁଁ ଆପଣଙ୍କୁ ମୋର ସତ୍ୟ କହିବାକୁ ଚାହେଁ । ଏହାପରେ ଆପଣ କ’ଣ ଠିକ୍ ତାହା ହିଁ ସ୍ଥିର କରିବେ।”
ରବିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ପତ୍ନୀ ପ୍ରୀତି ଶୁକ୍ଲା ପ୍ରତିକ୍ରିୟାରେ କହିଥିଲେ, ‘ମୋ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଉଛି। କାରଣ କିଛିଦିନ ପୂର୍ବେ ଅପର୍ଣ୍ଣା ସୋନି ଓରଫ ଅପର୍ଣ୍ଣା ଠାକୁର ୨୦କୋଟି ମାଗିଥିଲେ। ଏହି ଦାବି ତାଙ୍କର ପୁରଣ ନହୋବରୁ ସେ ଏଭଳି ମିଥ୍ୟା ନାଟକ ରଚିବେ ବୋଲି ଧମକ ଦେଇଥିଲେ। ଅପର୍ଣ୍ଣା ସୋନିଙ୍କର ଅଣ୍ଡରୱାର୍ଲ୍ଡ ମାଫିଆଙ୍କ ସହ ସମ୍ପର୍କ ଅଛି। ଏହି ମାଫିଆଙ୍କ ସହଯୋଗରେ ସେ ଏଭଳି ମିଥ୍ୟା ଅଭିଯୋଗ ଲଗାଇବାକୁ ଭୟ କରୁ ନାହାନ୍ତି।’
[ad_2]