ଦେଶ- ବିଦେଶ

ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ୍, ନୋଟାକୁ ସବୁଠୁ ଅଧିକ ଭୋଟ୍ ମିଳିଲେ କ’ଣ ହେବ – Kalinga News

[ad_1]

ନୂଆଦିଲ୍ଲୀ : ଯଦି କୌଣସି ନିର୍ବାଚନମଣ୍ଡଳୀରେ ଅଧିକାଂଶ ଭୋଟ୍ ‘ନୋଟା’( ନନ୍ ଅଫ ଦି ଏବଭ୍)କୁ ମିଳିଥାଏ ତେବେ ସେକ୍ଷେତ୍ରରେ ନିର୍ବାଚନ ଫଳକୁ ରଦ୍ଦ କରି ଉକ୍ତ ନିର୍ବାଚନମଣ୍ଡଳୀରେ ସଦ୍ୟ ଭୋଟ୍ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଏହି ଆବେଦନ ଊପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିସନ (ଇସି)ଙ୍କୁ ନୋଟିସ କରିଛନ୍ତି। ଲେଖକ ଏବଂ ମୋଟିଭେସନାଲ ସ୍ପିକର ଶିବ ଖେଡ଼ାଙ୍କ ଦ୍ବାରା ଦାଖଲ ହୋଇଥିବା ପିଆଇଏଲ୍ ଉପରେ ଆଜି କୋର୍ଟରେ ଶୁଣାଣି ଥିଲା। ନୋଟାଠାରୁ କମ୍ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ୫ ବର୍ଷ ପାଇଁ ନିର୍ବାଚନରୁ ଦୂରେଇ ରଖିବାପାଇଁ ନିୟମ ଆଣିବାକୁ ଏହି ପିଆଇଏଲରେ ଦର୍ଶାଯାଇଛି। ଖେଡ଼ାଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ବିଜେପିର ସୁରଟ ପ୍ରାର୍ଥୀଙ୍କ ଉଦାହରଣ ଦର୍ଶାଇଥିଲେ। ବିଜେପିର ସୁରଟ ପ୍ରାର୍ଥୀ ନିର୍ବାଚନ ନଲଢ଼ି ନିର୍ବାଚନ ଜିତି ସାରିଛନ୍ତି। କାରଣ ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇସାରିଛି ଏବଂ ଅନ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ତେବେ ଏକ୍ଷେତ୍ରରେ ଆବେଦନକାରୀଙ୍କ ଯୁକ୍ତି ହେଉଛି ଜଣେ ବି ପ୍ରାର୍ଥୀ ଥିଲେ ସେଠାରେ ନିର୍ବାଚନ ହେବା ଉଚିତ। କାରଣ ଭୋଟର ନୋଟାକୁ ଭୋଟ୍ ଦେଇପାରନ୍ତି। ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିସନଙ୍କୁ ନୋଟିସ କରିଛନ୍ତି। ଯଦି କୌଣସି ନିର୍ବାଚନମଣ୍ଡଳୀରେ ନୋଟାକୁ ସବୁଠାରୁ ଅଧିକ ଭୋଟ୍ ମିଳିଥାଏ ତେବେ ସେଠାରେ କ’ଣ ହେବ ବୋଲି କୋର୍ଟ କମିସନଙ୍କୁ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଭିଏମ୍ (ଇଲେକଟ୍ରୋନିକ ଭୋଟିଂ ମେସିନ)ରେ ନୋଟା ରଖିବାଦ୍ବାରା ଲୋକମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ନଥିଲେ ନୋଟାକୁ ଭୋଟ୍ ଦେବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button