ରାଜନୀତି

ଦିଲୀପ ରାୟଙ୍କ ସଭାକୁ ବିରୋଧ: ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମାର୍‌ପିଟ୍‌ – Kalinga News

[ad_1]

ରାଉରକେଲା: ଦିଲୀପ ରାୟଙ୍କୁ ରାଉରକେଲା ବିଜେପି ଟିକେଟ ମିଳିବାପରେ ବିବାଦ ଥମିବାରେ ନଁା ନେଉନାହିଁ। ଆଜି ବନ୍ଧମୁଣ୍ଡା ‘ଏ’ ବ୍ଲକସ୍ଥ ମୁଖିବସ୍ତିରେ ଦିଲୀପଙ୍କ ନିର୍ବାଚନ ସଭାକୁ ବସ୍ତିବାସିନ୍ଦା କଡ଼ା ବିରୋଧ କରିଛନ୍ତି। ଦିଲୀପଙ୍କ ସମର୍ଥକ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ସହ ମାର୍‌ପିଟ୍‌ ହେବାରୁ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ବନ୍ଧମୁଣ୍ଡା ପୁଲିସ ପହଞ୍ଚି ଉଭୟ ପକ୍ଷର ଲୋକଙ୍କୁ ଥାନାକୁ ନେବାସହିତ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡ଼ିଛି।

ମିଳିଥିବା ସୂଚନା ମୁତବାକ, ବନ୍ଧମୁଣ୍ଡା ମୁଖିବସ୍ତି ସରସ୍ବତୀ କ୍ଲବ୍‌ରେ ଦିଲୀପଙ୍କ ସମର୍ଥକମାନଙ୍କ ପକ୍ଷରୁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଦିଲୀପଙ୍କ ସମର୍ଥକମାନେ ଏ ସଂକ୍ରାନ୍ତରେ କ୍ଲବ୍‌ ସଭାପତି, ସମ୍ପାଦକ ଓ ବସ୍ତିର ଅନ୍ୟମାନଙ୍କୁ ଜଣାଇ ନଥିଲେ। ତେବେ, ଦିନ ପ୍ରାୟ ୧୧ଟାରେ ଦିଲୀପ ଓ ତାଙ୍କର ସମର୍ଥକମାନେ କ୍ଲବ୍‌ ପାଖରେ ଆୟୋଜିତ କାର୍ଯ୍ୟକ୍ରମ‌ ସ୍ଥଳରେ ପହଞ୍ଚିଥିଲେ। ଦିଲୀପ ପହଞ୍ଚିବାମାତ୍ରେ କ୍ଲବ୍‌ ସଭାପତି, ସମ୍ପାଦକ ଓ ବସ୍ତିର କିଛି ଲୋକ କଡ଼ା ବିରୋଧ କରିଥିଲେ। ‘୧୦ ବର୍ଷ ଧରି କୁଆଡେ ଯାଇଥିଲେ, ଏବେ କାହିଁକି ଆସିଲେ’, ବୋଲି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବିରୋଧୀ ଓ ଦିଲୀପ ସମର୍ଥକମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତେଜନା ବଢ଼ିବାରୁ ଠେଲାପେଲା ଓ ମାଡ଼ପିଟ୍‌ ହୋଇଥିଲା।

ପରିସ୍ଥିତି ଅଣାୟତ୍ତ ହେବାଦେଖି ଦିଲୀପ ରାୟ ଓ ତାଙ୍କ ସମର୍ଥକ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଖବରପାଇ ବନ୍ଧମୁଣ୍ଡା ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ, ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ, ମାଡ଼ପିଟ୍‌ରେ ଆହତମାନଙ୍କୁ ପୁଲିସ ସ୍ଥାନୀୟ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ଛାଡିଦେଇଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ବନ୍ଧମୁଣ୍ଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button