ରାଜନୀତି

ପ୍ରଫୁଲ୍ଲ ସୁନ୍ୟାନୀଙ୍କୁ ବିଜେଡିରେ ମିଳିଲା ନୂଆ ଦାୟୀତ୍ବ – Kalinga News

[ad_1]

ରାଉରକେଲା: ବରିଷ୍ଠ ବିଜେଡି ନେତା ତଥା ଯୁବସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀଙ୍କୁ ନୂଆ ଦାୟିତ୍ବ ମିଳିଛି। ଶ୍ରୀ ସୁନ୍ୟାନୀଙ୍କୁ ବିଜେଡି ସୁନ୍ଦରଗଡ଼ ସଦର ନିର୍ବାଚନମଣ୍ଡଳୀର ନିର୍ବାଚନ ସଂଯୋଜକଭାବେ ନିଯୁକ୍ତ କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠାରୁ ଏହି ଗୁରୁଦାୟିତ୍ବ ମିଳିବାପରେ ପ୍ରଫୁଲ୍ଲଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ତାଙ୍କ ସମର୍ଥକମାନେ ଭେଟି ଶୁଭେଚ୍ଛା ଜ୍ଞାପନ କରିବାସହ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୦ ତାରିଖରେ ଶ୍ରୀ ସୁନ୍ୟାନୀ ବିଜେଡିରେ ସାମିଲ ହୋଇଥିଲେ। ତିନି ଦଶନ୍ଧିରୁ ଅଧିକ ହେଲା ସେ ସୁନ୍ଦରଗଡ଼ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ଏକାଧିକ ପଦପଦବିରେ ଅବସ୍ଥାପିତ ରହି ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ଏତଦ୍‌ବ୍ୟତୀତ ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନରେ ଜଡ଼ିତ ରହି ସମାଜସେବାମୂଳକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button