ପୁଲିସ-ମାଓବାଦୀ ଗୁଳି ବିନିମୟ: ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ – Kalinga News

[ad_1]
ବୌଦ୍ଧ/କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢ଼େଲ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଏବଂ ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରାଣ ହରାଇଛନ୍ତି। ସେ ଦୁହେଁ ହେଲେ, ପିଏମ୍ (ପାର୍ଟି ମେମ୍ବର) ସନ୍ତୁ ଓ ପିଏମ୍ ସୁନୀଲ୍। ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କ ସୂଚନା ଅନୁସାରେ, ବିଶ୍ବସ୍ତସୂତ୍ରରୁ ଖବର ପାଇ ଏସ୍ଓଜି, ଡିଭିଏଫ୍ ଏବଂ ବିଏସ୍ଏଫ୍ ଯବାନଙ୍କୁ ନେଇ ଗଠିତ ଏକାଧିକ ଟିମ୍ ଗୁରୁବାର ସକାଳେ ପାଢ଼େଲ୍ ଏବଂ ମାତାକୁପା ସଂରକ୍ଷିତ ଜଙ୍ଗଲରେ ମିଳିତ ଚଢ଼ଉ କରିଥିଲେ। ସକାଳ ପ୍ରାୟ ୭ଟା ବେଳେ ପାଢ଼େଲ୍ ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ କରୁଥିବା ଡିଭିଏଫ୍ ଓ ଏସ୍ଓଜି ଯବାନଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳିଚାଳନା କରିବା ସହ ଗ୍ରେନେଡ୍ ଫିଙ୍ଗିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୌଭାଗ୍ୟବଶତଃ ସେଥିରେ କେହି ଆହତ ହୋଇନଥିଲେ। ସେଠାରେ ଆନୁମାନିକ ପ୍ରାୟ ୨୦ଜଣ ମାଓବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ମାତ୍ର, ସେମାନେ ନ ମାନିବାରୁ ଉଭୟଙ୍କ ମଧ୍ୟରେ ବ୍ୟାପକ ଗୁଳି ବିନିମୟ ହୋଇଥିଲା। ଶେଷରେ, ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତଥାପି ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ କମ୍ବିଂ ଜାରି ରହିଥିଲା। ସର୍ଚ୍ଚ ଅପରେସନ୍ରୁ ୨ଜଣ ମାଓବାଦୀଙ୍କ ଶବ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ନିହତ ୨ ମାଓବାଦୀଙ୍କୁ ଧରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା। ଉଭୟଙ୍କ ମୃତଦେହ ନିକଟରୁ ଗୋଟିଏ ରାଇଫଲ୍, ୧୭ଟି ଗୁଳି, ୭ଟି ବିଜିଏଲ୍ ରାଉଣ୍ଡ, ୮-୧୦ଟି ତାର ସହ ଡିଟୋନେଟର୍, ୫ଟି ହାତ ତିଆରି ବୋମା, ୨ଟି ଫ୍ଲାସ୍ଲାଇଟ୍ ଆମ୍ପ୍ଲିଫାୟାର୍, ୨ଟି ସୋଲାର୍ ପ୍ୟାନେଲ୍, ୬ଟି ଆଇଇଡି, ବହୁ ପରିମାଣର ମାଓବାଦୀ ପୋଷ୍ଟର୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।
[ad_2]




