ରାଜନୀତି

ପ୍ରିୟଙ୍କାଙ୍କ ଗସ୍ତ ଅସ୍ପଷ୍ଟ, ୧୭ରେ ଆସିବେ ଖଡ଼ଗେ – Kalinga News

[ad_1]

କେନ୍ଦ୍ର ବିଜେପି ନେତାଙ୍କ ଘନଘନ ଓଡ଼ିଶା ଗସ୍ତ, ପଛେଇଲା କଂଗ୍ରେସ

ଭୁବନେଶ୍ବର: ଚଳିତମାସ ୧୩ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପଡ଼ିବ। ଏଥିପାଇଁ ଓଡ଼ିଶାରେ ରାଜନୈତିକ ପାଣିପାଗ ସରଗରମ। ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରୀୟ ବିଜେପି ନେତୃତ୍ବ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ବିଜେପି ମଧ୍ୟ ଆସନ୍ତା କିଛିଦିନ ଭିତରେ କେଉଁ ନେତାମାନେ ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ ତାହାର ଏକ ତାଲିକା ‌ଘୋଷଣା କରିଛି। ଏପଟେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ। ଏଭଳି ଏକ ସରଗରମ ରାଜନୈତିକ ମାହୋଲ ଭିତରେ ରାଜ୍ୟ କଂଗ୍ରେସର ପ୍ରଚାର ଏକପ୍ରକାର ଧିମେଇ ଯାଇଛି। ଆଜି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଚାର ପାଇଁ କୋରାପୁଟରେ ପହଞ୍ଚିଛନ୍ତି। ଏହାସହ ପ୍ରିୟଙ୍କା ଗାନ୍ଧୀ ଚଳିତମାସ ୫ କିମ୍ବା ୯ ତାରିଖରେ ଓଡ଼ିଶା ଆସିବେ ବୋଲି କୁହାଯାଇଥିଲା। ହେଲେ ତାଙ୍କର ଗସ୍ତ ସଂପର୍କରେ ଦଳ ପକ୍ଷରୁ କୌଣସି ସୂଚନା ନାହିଁ। ଓଡ଼ିଶା ପାଇଁ କଂଗ୍ରେସ ପକ୍ଷରୁ ୪୦ ଜଣିଆ ପ୍ରଚାର ତାଲିକା ଘୋଷଣା ହୋଇଛି। ଏଥିରେ ଏଆଇସିସି ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସଚିନ ପାଇଲଟଙ୍କ ଭଳି ହେଭିୱେଟ୍ ନେତା ରହିଛନ୍ତି।

ଗତମାସ ୨୮ ତାରିଖରେ ସାଲେପୁରରେ ଆୟୋଜିତ ସମାବେଶରେ ରାହୁଲ ଗାନ୍ଧୀ ଯୋଗଦେଇ ଓଡ଼ିଶାରେ କଂଗ୍ରେସ ପାଇଁ ନିର୍ବାଚନୀ ବିଗୁଲ ବଜାଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ରାହୁଲ। ଯାହାକୁ ନେଇ କଂଗ୍ରେସ ଶିବିର ବେଶ୍‌ ଉତ୍ସାହିତ ଥିଲା। ମାତ୍ର ରାହୁଲ ଏହି ସମାବେଶକୁ ଆଭାସୀ ଜରିଆରେ ଯୋଡ଼ି ହୋଇଥିଲେ। ରାହୁଲଙ୍କ ବାଦ୍ ଅନ୍ୟ ନେତାମାନେ ମଧ୍ୟ ଲଗାତାର ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ ବୋଲି ଆଶା କରାଯାଉଥିଲା। ମାତ୍ର ତାରିଖ ମିଳୁନାହିଁ। ଚଳିତ ନିର୍ବାଚନରେ ତେଲେଙ୍ଗାନା ମଡେଲକୁ ଅନୁକରଣ କରୁଛି ରାଜ୍ୟ କଂଗ୍ରେସ। ବିଜେପି-ବିଜେଡିର ବାହାଘର ସହ ଦୁଇ ଦଳର ବିଭିନ୍ନ ଦୁର୍ନୀତିକୁ ନେଇ ‘ପାନ୍’ ବିକ୍ରି କରିବା ଭଳି କାର୍ଯ୍ୟକ୍ରମ ଦଳ କରିଛି। ଏଥର ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ତେଣୁ ବହୁସଂଖ୍ୟାରେ ତେଲୁଗୁ ଭାଷାଭାଷୀ ଭୋଟରଙ୍କୁ ନଜରରେ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଗଞ୍ଜାମରେ ଏକ ରୋଡ୍‌ ସୋ’ କରିବା ପାଇଁ ଦଳ ଯୋଜନା କରିଛି। ଆଉ ୪ଦିନ ପରେ ବ୍ରହ୍ମପୁର ଲୋକସଭା ଅଧୀନ ନିର୍ବାଚନମଣ୍ଡଳୀରେ ଭୋଟ୍‌ ପଡ଼ିବ। ୨୦ ତାରିଖରେ ଆସ୍କା ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ। ତେଣୁ ଏହି ସମୟ ଭିତରେ ଶ୍ରୀ ରେଡ୍ଡୀ କେବେ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ତାହା ସଂପର୍କରେ ରାଜ୍ୟ କଂଗ୍ରେସ ନେତୃତ୍ବ କିଛି କହିପାରୁ ନାହାନ୍ତି।

ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ‘ସମ୍ବାଦ’କୁ କହିଛନ୍ତି, ଆସନ୍ତା ୧୭ ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ। ତେବେ ପ୍ରିୟଙ୍କାଙ୍କ ଗସ୍ତ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଶ୍ରୀ ଖଡ଼୍‌ଗେ କେଉଁଠାରେ ପ୍ରଚାର କରିବେ ତାହା ସଂପର୍କରେ ଶ୍ରୀ କୁମାର କୌଣସି ସୂଚନା ଦେଇ ନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button